ମୌସୁମୀ ଅଧିବେଶନ ପୂର୍ବରୁ ବସିବନି ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ:କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ କରିବେ ନାହିଁ ।

ସଂସଦ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଏଜେଣ୍ଡା ଉପରେ ଆଲୋଚନା ଏବଂ ଲକ୍ଷ୍ୟ ସ୍ଥିର କରିବା ପାଇଁ ଏକ ସର୍ବଦଳୀୟ ବୈଠକର ଆୟୋଜନ କରାଯାଇଥାଏ । ତେବେ ଆଜି ସଂସଦରେ ରାଜ୍ୟସଭାର ବ୍ୟବସାୟ ପରାମର୍ଶଦାତା କମିଟିର ଏକ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ତେବେ ସଂସଦର ମୌସୁମୀ ଅଧିବେଶନ ସୋମବାର ଠାରୁ ଆରମ୍ଭ ହେବ ।

ଅଧିବେଶନ ପୂର୍ବରୁ ସମସ୍ତ କର୍ମଚାରୀ ଆରଟି-ପିସିଆର ଦ୍ୱାରା କରୋନା ପରୀକ୍ଷା କରାଇବେ । କୋରୋନା ବ୍ୟାପିବାର ଆଶଙ୍କା କମାଇବା ପାଇଁ ଜାତୀୟ ସୂଚନା କେନ୍ଦ୍ର (ଏନଆଇସି) ଦ୍ୱାରା ଡିଜାଇନ୍ ହୋଇଥିବା ଏକ ମୋବାଇଲ୍ ଆପ୍ ମାଧ୍ୟମରେ ସଂସଦୀୟ ଦଳର ଉପସ୍ଥିତି ରେକର୍ଡ ହେବ ।

ପ୍ରକାଶ ଥାଉକି, ସେପ୍ଟେମ୍ବର ୧୪ରେ ଅଧିବେଶନର ପ୍ରଥମ ଦିନରେ ସକାଳ ୯ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଲୋକସଭାରେ ବୈଠକ ହେବ । ସେହିପରି ଅପରାହ୍ନ ୩ଟାରୁ ସନ୍ଧ୍ୟା ବସି ୭ଟା ପର୍ଯ୍ୟନ୍ତ ରାଜ୍ୟସଭାରେ ବୈଠକ ଅନୁଷ୍ଠିତ ହେବ ।