କୋଭିଡ୍ ୧୯ ପରିପ୍ରେକ୍ଷୀରେ କାର୍ଯ୍ୟାଳୟ ସ୍ତରୀୟ ସତର୍କତା ଜରୁରୀ

ସାମୁହିକ ସ୍ୱାସ୍ଥ୍ୟ ପାଇଁ ସମସ୍ତଙ୍କ ସହଯୋଗକୁ ଗୁରୁତ୍ୱ

ଭୁବନେଶ୍ୱର:  ମହାମାରୀ କରୋନା ପ୍ରଭାବରେ ଅଳ୍ପେ ବହୁତେ ପ୍ରଭାବିତ ସମସ୍ତ ବର୍ଗର ଜନସମାଜ । ରାଜଧାନୀ ଭୁବନେଶ୍ୱରର କଥା ବିଚାରକୁ ନେଲେ ବର୍ତମାନ ବସ୍ତି, କଲୋନୀ ଏବଂ ଗମନାଗମନ ସଂକ୍ରମଣ ବ୍ୟତୀତ ବିଭିନ୍ନ କାର୍ଯ୍ୟକ୍ଷେତ୍ର ଓ କାର୍ଯ୍ୟାଳୟରେ ଏହାର ପ୍ରଭାବ ଦେଖାଦେଇଛି । ପ୍ରତ୍ୟେକ କ୍ଷେତ୍ରରେ ସମୟ ଅନୁାୟୀ ଏବଂ ରୋଗର ପ୍ରଭାବ ଅନୁଯାୟୀ ଆମକୁ କିଛି ନୂଆ ଅଭ୍ୟାସ ଆପଣେଇବାକୁ ପଡ଼ିବ; ଯାହାକି ଭୁବନେଶ୍ୱର ମହାନଗର ନିଗମାଂଚଳରେ ଗୋଷ୍ଠୀ ସଚେତନତାକୁ ସୁଦୃଢ କରିବା ପାଇଁ କୋଭିଡ଼୍ ସଚେତକଙ୍କ ସାଙ୍ଗକୁ ଅନେକ ସଙ୍ଗଠନଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି କହିଛନ୍ତି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ଏବେ କିନ୍ତୁ ସଂକ୍ରମଣର ଗତି ଏକ ସ୍ୱତନ୍ତ୍ର ମୋଡ଼ ନେଇଥିବାର ଜଣାପଡ଼ିଛି ।

covid-19 awareness

ବସ୍ତି ଏବଂ ସହରାଂଚଳକୁ ଛାଡ଼ି କେତେକ ସରକାରୀ କାର୍ଯ୍ୟାଳୟର କଥା ହିସାବକୁ ନେଲେ ଏହିସବୁ କାର୍ଯ୍ୟାଳୟ ଗୁଡିକରେ । ପାଖାପାଖି ପଜିଟିଭ୍ ସଂଖ୍ୟା ହେଲା- ଓୟୁଏଟିରେ ୩୩ ଜଣ, ଓଡିଶା ଷ୍ଟେଟ୍ ହାଉସିଂ ବୋର୍ଡ ରୁ ୬ ଜଣ, ଷ୍ଟେଟ୍ ବ୍ୟାଙ୍କ୍ ମେନ୍ ବ୍ରାଂଚ୍‌ରେ ୨୫ ଜଣ, ଓଡ଼ିଶା ହାଇଡ଼୍ରୋ ପାୱାର୍ ର୍କୋରେସନ୍‌ରେ ୧୫ ଜଣ, ବିଧାନସଭାରେ ୪ ଜଣ, ତହସିଲ୍ , ସବ୍ ରେଜିଷ୍ଟ୍ରର୍ ଏବଂ ସବ୍ କଲେକ୍ଟର୍ ଅଫିସ୍‌ରେ ୧୫ ଜଣ, ଓଡ଼ିଶା ପର୍ଯ୍ୟଟନ କାର୍ଯ୍ୟାଳୟ (ଓ ଟି ଡି ସି)ରେ ୫ ଜଣ, କମିଶନରେଟ୍ ପୋଲିସଙ୍କ ମଧ୍ୟରୁ ୭୦ ଜଣ, ସ୍ପେଶିଆଲ୍ ଇଂଟେଲିଜେଂନ୍ସ କାର୍ଯ୍ୟାଳୟରୁ ୩୫ ଜଣ, ଲୋକସେବା ଭବନ ଏବଂ ଖାରବେଳ ଭବନକୁ ମିଶାଇ ୩୫ ଜଣ ଥିବାର ଜଣାପଡ଼ିଛି ।

covid-19 awareness

ଏପରିକି ବି ଏମ୍ ସି, ବି ଡି ଏ ରେ ୨୩ ଜଣ ସଂକ୍ରମିତ ହୋଇଥିବାବେଳେ ଗତକାଲି ଜଣେ କୋଭିଡ୍ ଯୋଦ୍ଧାଙ୍କ ମୃତ୍ୟୁ ମଧ୍ୟ ହୋଇଛି । କର୍ତୃପକ୍ଷଙ୍କ କହିବା ଅନୁସାରେ ଏହିସବୁ କାର୍ଯ୍ୟାଳୟରେ କାର୍ଯ୍ୟର ପ୍ରକାର ଅନୁସାରେ ଅଧିକାରୀ ଏବଂ କର୍ମଚାରୀଙ୍କୁ ବିଭିନ୍ନ ସ୍ଥାନ ଏବଂ ବିଭିନ୍ନ ବ୍ୟକ୍ତିଙ୍କ ସହିତ ତଥା ବିଭିନ୍ନ ବୈଠକରେ ଅଂଶଗ୍ରହଣ କରିବାକୁ ପଡ଼ିଥାଏ । ସଂକ୍ରମଣ କିଏ ଆଣିଲା ଏବଂ କେଉଁ ବ୍ୟକ୍ତି ଠାରୁ କାହାକୁ ବ୍ୟାପିଲା ତାହା କଂଟାକ୍ଟ ଟ୍ରେସିଂ ଦ୍ୱାରା ଅନେକାଂଶରେ ସାବ୍ୟସ୍ତ ହେଲେ ମଧ୍ୟ ଦୋଷାରୋପ  ସ୍ଥିତିକୁ ନଯାଇ ସାମୁହିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି  ପ୍ରତିଷେଧକ ଅଭ୍ୟାସ ଗୁଡ଼ିକୁ ପ୍ରତ୍ୟେକ କ୍ଷେତ୍ରରେ ଆଣେଇବା ଏକାନ୍ତ ଜରୁରୀ । କେବଳ ସରକାରୀ କାର୍ଯ୍ୟାଳୟ ନୁହେଁ ଅନେକ ଘରୋଇ କାର୍ଯ୍ୟାଳୟ ଯାହାକି ଆଦିତ୍ୟ ବିର୍ଲା ଫେସନ୍‌ ମଂଚେଶ୍ୱର୧୫ ଜଣ, ସ୍ୱସ୍ତି ପ୍ରିମିୟମ୍ ରୁ ୩୦ ଜଣ, କ୍ରାଉନ୍ ହୋଟେଲ୍ ରୁ ୧୦ ଜଣ ଏବଂ ଟେକ୍ ମହିନ୍ଦ୍ରାରୁ ପ୍ରାୟ ୨୮ ଜଣ ଆକ୍ରାନ୍ତ ହୋଇଥିବାର ନଜିର ରହିଛି । ତେବେ ସମ୍ପୃକ୍ତ କର୍ମଚାରୀମାନେ ଏ ଦିଗରେ ସଚେତନ ନହେଲେ ସଂକ୍ରମଣକୁ ଏଡ଼ାଇବା କଷ୍ଟକର ।

covid-19 awareness

ସଠିକ୍ ସୂଚନା ପାଇ ମଧ୍ୟ ଅଜାଣତରେ ସଂକ୍ରମଣ ଅନେକଙ୍କୁ ହେବାଦ୍ୱାରା ଏହା ନାଗରିକଙ୍କ ଠାରେ ଆଶଙ୍କା ସୃଷ୍ଟି କରିଥାଏ । ଅତଏବ ଏଥିରେ  ପ୍ରତିଷେଧକ ଅଭ୍ୟାସ ଗୁରୁତ୍ୱୂର୍ଣ୍ଣ ହୋଇଥିବାରୁ ଏବଂ ଏହା ଏକ ସ୍ୱତନ୍ତ୍ର ଜନସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଥିବାରୁ ଏଥିପାଇଁ ସରକାରୀ ଉଦ୍ୟମ ସହିତ ସାମୁହିକ ଉଦ୍ୟମର ଗୁରୁତ୍ୱ ବେଶୀ, କହିଛନ୍ତି ବି.ଏମ୍‌.ସି ର କୋଭିଡ଼୍ ନୋଡ଼ାଲ୍ ଅଫିସର ଶୁଭେନ୍ଦୁ କୁମାର ସାହୁ । କଂଟ୍ରାକ୍ଟ ଟ୍ରେସିଂକୁ ଆଲୋଚନାକୁ ନେଲେ ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତି ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା ନାଗରିକମାନେ ସ୍ୱତଃପ୍ରବୃତ ଭାବେ ନିଜର ପରିଚୟ ଦେବା, ଲକ୍ଷଣ ଦେଖାଦେଉଥିଲେ କରୋନା ଟେଷ୍ଟ୍ ପାଇଁ ଆସିବା ଏବଂ ଅନ୍ୟ ମାନଙ୍କ ସହିତ ମିଳାମିଶା ନକରିବା ଇତ୍ୟାଦିକୁ ଲକ୍ଷ୍ୟ ଦେବା ନିହାତି ଦରକାର । ଏହା ସାଙ୍ଗକୁ ନିକଟରେ ଥିବା ୱାର୍ଡ଼ ଅଫିସ୍‌, ଆଶାକର୍ମୀ, ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡ଼ି କର୍ମୀ ତଥା ଟୋଲ୍ ଫ୍ରି ନମ୍ବରରେ ଘଟଣାକୁ ଖୋଲାଖୋଲି ଜଣାଇବା ଦ୍ୱାରା ଆମେ ଦୃଢ ପ୍ରତିଷେଧାତ୍ମକ ପଦକ୍ଷେ ନେଇପାରିବା ବୋଲି କହିଛନ୍ତି ଓଡିଶା ସରକାରଙ୍କ ବରିଷ୍ଠ ଅଧିକାରୀ ମାନସ କୁମାର ସାମଲ ।

ତେବେ ଅନେକ କ୍ଷେତ୍ରରେ ଲୋକମାନଙ୍କୁ ବାହାରକୁ ଯିବାକୁ ହେଉଥିଲେ ମଧ୍ୟ ଯଥାସମ୍ଭବ ସାମାଜିକ ଦୂରତା, ମାସ୍କର ବ୍ୟବହାର ଏବଂ ହାତକୁ ପରିଷ୍କାର କରିବାର କଡ଼ାକଡ଼ି ଅନୁାଳନ ସମସ୍ତଙ୍କୁ ସମସ୍ତ ସ୍ଥାନରେ ଆଦରିବାକୁ ହେବ, ଫଳରେ ସଂକ୍ରମଣର ଭୟ କମ୍ ରହିବ । ନିର୍ଦ୍ଧିଷ୍ଟ ଚିକିତ୍ସା ନଥିବା ବେଳେ ପ୍ରତିଷେଧକ ଅଭ୍ୟାସକୁ ମୋ ଶପଥ ନୂଆ ଅଭ୍ୟାସ ଭାବେ ଗ୍ରହଣ କରିବା ବର୍ତମାନର ଆହ୍ୱାନ । ଏହାର ଅନୁପାଳନ ସମସ୍ତଙ୍କୁ ଯେ କରିବାକୁ ହେବ ଏଥିରେ ଦ୍ୱିମତ ନାହିଁ । ସମସ୍ତେ ଏହାକୁ ମାନି ପାରିଲେ ସଂକ୍ରମଣ କ୍ରମଶଃ ଦୂରେଇଯିବ ।