ଭାରତରେ କୋରୋନା ଭାଇରସ୍‌: ସଂକ୍ରମଣ ସଂଖ୍ୟା ୩୨୪, ମୃତ୍ୟୁ ସଂଖ୍ୟା ୬

ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କୋରୋନା ସମସ୍ତଙ୍କ ଚିନ୍ତାର କାରଣ ପାଲଟିଥିବାବେଳେ ଭାରତରେ ମଧ୍ୟ ଏହାର ପ୍ରଭାବ ବିସ୍ତାର ହେବାରେ ଲାଗିଛି । ତେବେ ଏହି ଭାଇରସ୍ ରେ ଏଯାବତ୍ ଭାରତରେ ୩୨୪ ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୬ରେ ପହଂଚିଛି ।

ଆଜି ସକାଳେ ବିହାରର ପାଟନାସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ’ରେ (ଏମ୍ସ୍) ଜଣେ ୩୮ ବର୍ଷିୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ସେ କରୋନାଭାଇରସ ଆକ୍ରାନ୍ତ ଥିଲେ ବୋଲି ତାଙ୍କ ଠାରୁ ସଂଗ୍ରହ କରାଯାଇଥିବା ସ୍ୱାବ୍ ନମୁନାରୁ ଏବେ ଜଣାପଡ଼ିଛି । ଏହାକୁ ମିଶାଇ ଭାରତରେ କରୋନାଭାଇରସ ସଂକ୍ରମଣଜନିତ ମୃତ୍ୟୁ ସଂଖ୍ୟା ୬ରେ ପହଂଚିଛି ।