ବିଧାନସଭାରେ ପାରିତ ହେଲା କୋର୍ଟ ଫି ସଂଶୋଧନ ବିଲ

ଭୁବନେଶ୍ୱର: ବିଧାନସଭାରେ ପାରିତ ହେଲା କୋର୍ଟ ଫି ସଂଶୋଧନ ବିଲ। କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟର ଉଚ୍ଚ ନ୍ୟାୟାଳୟ ଓ ଅଧସ୍ଥନ ନ୍ୟାୟାଳୟରେ ବହୁ କଟକଣା ଭିତରେ କୋର୍ଟ କାର୍ଯ୍ୟ ଚାଲୁଛି । ରାଜ୍ୟ ସରକାର ଦେଇଥିବା କୋଭିଡ୍ ଗାଇଡ ଲାଇନ ଅନୁସାରେ ଉଚ୍ଚ ନ୍ୟାୟାଳୟ ମାମଲା ଗୁଡିକ ଇ-ଫାଇଲିଂ ଜରିଆରେ ଦାୟାର କରିବା ପାଇଁ ଅନୁମତି ଦେଇଛନ୍ତି ।।

ଏହାଦ୍ୱାରା ଇ-ପେମେଣ୍ଟ ମାଧ୍ୟମରେ କୋର୍ଟ ଫିସ୍ ପ୍ରଦାନ କରାଯିବାର ଆବଶ୍ୟକତା ଅନୁଭୂତ ହେଲା । କୋର୍ଟ ଫିସ ଅଧିନିୟମ ୧୮୭୦ ବ୍ୟବସ୍ଥା ଅନୁସାରେ କେବଳ କୋର୍ଟ ଫିସ ଷ୍ଟାମ୍ପ ଦ୍ଵାରା ହିଁ ବ୍ୟବସ୍ଥା ଥିଲା । ଏବେ ଏହାକୁ ସଂସୋଧନ କରିବା ପାଇଁ ବ୍ୟବସ୍ଥା ହୋଇଛି ।

ଏଣିକି ଇ-ପେମେଣ୍ଟ ଜରିଆରେ କୋର୍ଟ ଫିସ ପ୍ରଦାନ ଓ ଫେରସ୍ତ କରାଯିବାର ବ୍ୟବସ୍ଥା ରହିଛି । କୋଭିଡ୍ ୧୯ କୁ ଆଖିଆଗରେ ରଖି ମକଦ୍ଦମା କାରୀ ଓ ଅନ୍ୟ ବ୍ୟକ୍ତି ମାନେ ନ୍ୟାୟିକ ବ୍ୟବସ୍ଥାରେ ସୁବିଧା ପାଇପାରିବେ । ଏହାକୁ ଆଜି ବିଧାନସଭାରେ ପାସ କରାଯାଇଛି ।