ଗୁଣିଗାରେଡିରୁ ହତ୍ୟା ସନ୍ଦେହ; ଜଙ୍ଗଲରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ଗଜପତି: ମୋହନା ଥାନା ଅନ୍ତର୍ଗତ ଗପଟିମା ଗାଁ ନିକଟ ପୁଡିମା ଜଙ୍ଗଲରୁ ଉଦ୍ଧାର ହେଲା ସ୍ୱାମୀ ସ୍ତ୍ରୀଙ୍କ ମୃତଦେହ । ଉଭୟଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମୃତ ଦୁଇଜଣ ହେଲେ ଗପଟିମା ଗାଁର ପଟ୍ରା ମଲ୍ଲିକ ଓ ସବିତା ମଲ୍ଲିକ । ଘଟଣା ସମ୍ପର୍କରେ ମୋହନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି । ତେବେ ଗୁଣିଗାରେଡିରୁ ସନ୍ଦେହ କରି ଯୋଜନାବଦ୍ଧ ଭାବେ ସେମାନଙ୍କୁ ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି ।