ଦେଶର ଦୀର୍ଘତମ ନଦୀ ରୋପୱେ ଉଦ୍‌ଘାଟିତ

ଗୁଆହାଟୀ: ଦେଶର ଦୀର୍ଘତମ ନଦୀ ରୋପେଓ୍ଵ ଆଜି (ସୋମବାର) ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ରୋପୱେର ଲମ୍ବ ହେଉଛି ୧.୮ କିଲୋମିଟର। ଆସାମର ରାଜଧାନୀ ଗୁଆହାଟୀ ଏବଂ ଉତ୍ତର ଗୁଆହାଟୀକୁ ସଂଯୋଗ କରୁଛି ଭାରତର ଦୀର୍ଘତମ ନଦୀ ରୋପୱେ। ଆସାମରେ ପ୍ରବାହିତ ବ୍ରହ୍ମପୁତ୍ର ନଦୀରେ ଉପରେ ନିର୍ମିତ ହୋଇଛି ୧.୮ କିଲୋମିଟର ଲମ୍ବର ଏହି ରୋପୱେ।

ଗୁଆହାଟୀର କାଚରୀ ଘାଟରୁ ଉତ୍ତର ଗୁଆହାଟୀର ଡଲ୍‌ ଗୋବିନ୍ଦା ମନ୍ଦିର ପର୍ଯ୍ୟନ୍ତ ଲମ୍ବିଛି। ଏହି ରୋପୱେରେ ଯାତ୍ରା ସମୟ ଆଠ ମିନିଟ୍‌ ରହିଛି। ଏହି ରୋପୱେରେ ଏକକାଳୀନ ୩୦ ଯାତ୍ରୀ ଯାତ୍ରା କରିପାରିବେ। ତେବେ, ସଂପ୍ରତି କୋଭିଡ୍‌-୧୯ କଟକଣା ଓ ଗାଇଡଲାଇନ ହେତୁ କେବଳ ୧୫ ଜଣ ଯାତ୍ରୀ, ରୋପୱେ କ୍ଷମତାର ଅଧା, ବର୍ତ୍ତମାନ ପାଇଁ ଏକ ସମୟରେ ପରିବହନ କରାଯିବ ବୋଲି ଘୋଷଣା କରାଯାଇଛି।