କୋଷ୍ଟାଲ ହାଇୱେ ପ୍ରୋଜେକ୍ଟକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର: କୋଷ୍ଟେଲ ହାଇୱେ ପ୍ରୋଜେକ୍ଟକୁ ନେଇ ବୁଧବାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହାକୁ ନେଇ ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏନ୍ଏଚ୍ଏଆଇଙ୍କ କର୍ତୃପକ୍ଷଙ୍କ ଉପସ୍ଥିତିରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରୋଜେକ୍ଟ ବିଷୟରେ ସବିଶେଷ ଅଲୋଚନା ହୋଇଛି । ବୈଠକରେ ଏନ୍ଏଚ୍ଏଆଇ ଦେଇଥିବା ପ୍ରସ୍ତାବକୁ ରାଜ୍ୟସରକାର ଗ୍ରହଣ କରୁ ନଥିବା ନେଇ ପୂର୍ତ ସଚିବ ନଳିନୀକାନ୍ତ ପ୍ରଧାନ ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ, ଏନ୍ଏଚ୍ଏଆଇ ସାତପଡାରୁ ପୁରୀ ଏକଜିଷ୍ଟିଂ ରୋଡରେ ହାଇୱେ କରିବାକୁ ଚାହୁଁଛନ୍ତି । ହେଲେ ପ୍ରସ୍ତାବିତ କୋଣାର୍କ-ଅନ୍ତରଙ୍ଗ କୋଷ୍ଟାଲ ହାଇୱେ ୧୦ କିମି ଦୂର ହେଉଛି । ଏହି କାରଣରୁ ରାଜ୍ୟ ସରକାର ଏହି ପ୍ରସ୍ତାବକୁ ଗ୍ରହଣ କରୁନାହାନ୍ତି । ତେଣୁ ଆଉଥରେ ପ୍ରୋଜେକ୍ଟର ରୂପରେଖ ପ୍ରସ୍ତୁତି ପାଇଁ ଏନ୍ଏଚ୍ଏଆଇକୁ କୁହାଯାଇଛି ।