ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା: ହ୍ରାସ ହେଲା କରପୋରେଟ ଟ୍ୟାକ୍ସ

ନୂଆଦିଲ୍ଲୀ :ଗୋଆରେ ଜିଏସଟି କାଉନସିଲ ବୈଠକ ହେବା ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗଣମାଧ୍ୟମ ସମ୍ମିଳନୀ କରିଛନ୍ତି। ଏହି ସମୟରେ ସେ କମ୍ପାନୀ ଏବଂ ବ୍ୟବସାୟୀମାନଙ୍କୁ ଆଶ୍ଵସ୍ତୀ ଦେଇଛନ୍ତି। ସୀତାରମଣ କରପୋରେଟ୍ ଟ୍ୟାକ୍ସ ହ୍ରାସ କରିବାକୁ ଘୋଷଣା କରିଛନ୍ତି।   

ଏହି ସମୟରେ ସୀତାରମଣ କହିଛନ୍ତି କି, ମେକ ଇନ ଇଣ୍ଡିଆକୁ ପ୍ରୋତ୍ସାହିତ କରିବା ପାଇଁ ଆଇଟି ଆକ୍ଟରେ ନୂତନ ପ୍ରାବଧାନ ଯୋଡା ଯାଇଛି। ଏହାଦ୍ଵାରା ଯେଉଁ ନୂତନ ଘରୋଇ କମ୍ପାନୀ ଅକ୍ଟୋବର ୧ରୁ ଗଠନ ହେବ କିମ୍ବା ନୂଆ କରି ନିବେଶ କରିବ ସେମାନଙ୍କୁ ୧୫ପ୍ରତିଶତ ଆୟକର ଭରିବାକୁ ପଡିବ। ସେହି ସମୟରେ ଗ୍ରୋଥ୍ ପ୍ରମୋଟ କରିବା ପାଇଁ ଅର୍ଥମନ୍ତ୍ରୀ ନୂଆ ଘରୋଇ କମ୍ପାନୀ ପାଇଁ କରପୋରେଟ ଟ୍ୟାକ୍ସ ଦର ହ୍ରାସ କରି ୨୨ପ୍ରତିଶତ କରିଛି। ତେବେ ସୀତାରମଣଙ୍କ ଏଭଳି ଘୋଷଣା ପରେ ସେୟାର ବାଜାରରେ ଏବେ ଖୁସୀର ମାହୋଲ ସୃଷ୍ଟି ହୋଇଛି। 

ଦେଶର ଆର୍ଥକ ଅବସ୍ଥାକୁ ଗତିଶୀଳ କରେଇବା ଏବଂ ନିବେଶକୁ ବୃଦ୍ଧି କରିବା ପାଇଁ ଇନକମ ଟ୍ୟାକ୍ସ ଆକ୍ଟରେ ହୋଇଥିବା ପରିବର୍ତ୍ତନ ଆର୍ଥିକ ବର୍ଷ ୨୦୧୯-୨୦ରେ ଲାଗୁ ହେବ। ବିନା କୌଣସୀ ରିହାତିରେ ଘରୋଇ କମ୍ପାନୀଙ୍କ ଉପରେ ଇନକମ୍ ଟ୍ୟାକ୍ସ ୨୨ ପ୍ରତିଶତ ଲାଗୁ ହେବ ଏବଂ ସରଚାର୍ଜ ଓ ସେସକୁ  ଯୋଡି ଟ୍ୟାକ୍ସ ୨୫.୧୭ ପ୍ରତିଶତ ହେବ। 

ମେକ ଇନ ଇଣ୍ଡିଆକୁ ବୁଷ୍ଟ କରିବା ପାଇଁ ସୀତାରମଣ ଆୟକର ଆକ୍ଟରେ ଏକ ନୂତନ ନିୟମ ଯୋଡିଛନ୍ତି। ଆର୍ଥିକ ବର୍ଷ ୨୦୧୯-୨୦ରେ ଅକ୍ଟୋବର ପୂର୍ବରୁ କିମ୍ବା ପରେ ଗଠିତ ହୋଇଥିବା କମ୍ପାନୀ ଗୁଡିକ ମାନିପ୍ୟାକଚୁରିଙ୍ଗରେ ଯାହା ନିବେଶ କରିବେ ତାହା ୧୫ପ୍ରତିଶତ ଆୟକର ଦେବାକୁ ବିକଳ୍ପ ରଖାଯାଇଛି। ଅର୍ଥାତ୍ ୨୦୧୯ଅକ୍ଟୋବର ୧ ଯାଏଁ ଭାରତରେ ଗଠିତ କୌଣସୀ କମ୍ପାନୀ ଉପରେ ୧୫ ପ୍ରତିଶତ ଟ୍ୟାକ୍ସ ଲାଗିବ। ଯଦି ସେମାନେ ୨୦୨୩ ମାର୍ଚ୍ଚ ୩୧ ପୂର୍ବରୁ ଉତ୍ପାଦନ ଆରମ୍ଭ କରନ୍ତି ତେବେ ସେମାନଙ୍କୁ ୧୫ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିବ। ସବୁ ପ୍ରକାରର ସରଚାର୍ଜ ଏବଂ ସେସ ସମେତ କମ୍ପାନୀକୁ ୧୭.୧୦ ପ୍ରତିଶତ ହାରରେ ଟ୍ୟାକ୍ସ ପୈଠ କରିବାକୁ ପଡିବ।  

ବିନିଯୋଗ କରୁଥିବା କମ୍ପାନୀମାନଙ୍କ ପାଇଁ ମଧ୍ୟ ଅର୍ଥମନ୍ତ୍ରୀ କିଛି ଘୋଷଣା କରିଛନ୍ତି। ଏଭଳି କମ୍ପାନୀ ଗୁଡିକୁ ମିନିମମ ଅଲଟରନେଟ ଟ୍ୟାକ୍ସ ଏମଏଟିରେ ଆଶ୍ଵସ୍ତୀ ମିଳିବ। ଏମଏଟିକୁ ୧୮.୫ପ୍ରତିଶତ ହ୍ରାସ କରି ୧୫ପ୍ରତିଶତ କରାଯାଇଛି। 

ଅର୍ଥମନ୍ତ୍ରୀଙ୍କ ଘୋଷଣା ପରେ ସେୟାର ବଜାରରେ ଏବେ ଖୁସୀର ମାହୋଲ ଅଛି। ସେନସେକ୍ସରେ ୧୨୦୦ ପଏଣ୍ଟ ବୃଦ୍ଧି ହୋଇଥିବା ଦେଖାଯାଇଛି. ବ୍ୟାଙ୍କିଙ୍ଗ ଏବଂ ଅଟୋ ସେୟାରରେ ସବୁଠାରୁ ଅଧିକ ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି। ନିପ୍ଟି ମଧ୍ୟ ବହୁଦିନ ପରେ ୧୧ହଜାର ପାର କରିଛି।