କରୋନା ନେଲା କେନ୍ଦ୍ରମନ୍ତ୍ରୀ ସୁରେଶ ଅଙ୍ଗଡ଼ିଙ୍କ ଜୀବନ

ନୂଆଦିଲ୍ଲୀ : କରୋନାରେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗଡ଼ିଙ୍କ ଜୀବନ ଯାଇଛି । କରୋନାରେ କୌଣସି କେନ୍ଦ୍ରମନ୍ତ୍ରୀଙ୍କ ପରଲୋକ ହେବା ଏହା ପ୍ରଥମ ଘଟଣା । ମୃତୁ୍ୟ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା ।

କେନ୍ଦ୍ରମନ୍ତ୍ରୀ ଅଙ୍ଗଡ଼ି ଗତ ସେପ୍ଟେମ୍ବର ୧୧ରେ କରୋନା ସଂକ୍ରମିତ ହୋଇଥିଲେ । ସ୍ୱାସ୍ଥ୍ୟାବସ୍ଥା ସଂକଟଜନକ ହୋଇପଡ଼ିବାରୁ ତାଙ୍କୁ ଦିଲ୍ଲୀସ୍ଥିତ ଏମସରେ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଥିଲା । ଏହା ପୂର୍ବରୁ ୪ ଜଣ ସାଂସଦଙ୍କର କରୋନାରେ ମୃତୁ୍ୟ ହୋଇଛି । ଅଙ୍ଗଡ଼ି ୧୯୫୫ରେ କର୍ଣ୍ଣାଟକର ବେଲଗାଓଁ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଳେ । ସେ ବିଜେପିର ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅବସ୍ଥାପିତ ଥିଲେ । ୧୯୯୬ରେ ସେ ବେଲଗାମ ଜିଲ୍ଲା ଉପସଭାପତି ଭାବେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ସେ ୨୦୦୪, ୨୦୦୯, ୨୦୧୪ ଏବଂ ୨୦୧୯ରେ ଲୋକସଭାକୁ ନିର୍ବାଚତ ହୋଇଥିଲେ ।