ଜୁନ ୧ ଯାଏଁ ବ୍ରିଟେନରେ ଲକ୍‌ଡାଉନ୍

ଲଣ୍ଡନ: ମହାମାରୀ କରୋନା ଭାଇରସ ଯୋଗୁଁ ଆଗାମୀ ଜୁନ ୧ ତାରିଖ ଯାଏଁ ଲକଡାଉନ ରହିବ । ବ୍ରିଟେନରେ କରୋନା ଭାଇରସ କାୟା ବିସ୍ତାର କରୁଥିବାରୁ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ଦେଶକୁ ଜୁନ ୧ ତାରିଖ ଯାଏଁ ଲକଡାଉନ ରଖିବାକୁ ନିଷ୍ପତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ଜନସନ୍ କହିଛନ୍ତି, ସର୍ବସାଧାରଣ ସ୍ଥାନ ଜୁଲାଇ ୧ରେ ଖୋଲିବ । ସେତେ ଦିନ ପର୍ଯ୍ୟନ୍ତ ଲୋକଙ୍କୁ ଘର ଭିତରେ ହିଁ ରହିବାକୁ ପଡ଼ି । କେବଳ ଅତ୍ୟାବଶ୍ୟକ କାମ ପାଇଁ ଲୋକଙ୍କୁ ଘର ଭିତରୁ ବାହାରକୁ ଯିବା ପାଇଁ ଅନୁମତି ମିଳିପାରିବ ।