ମାଲକାନଗିରିରେ କୋରୋନା ସନ୍ଦିଗ୍ଧ

ମାଲକାନଗିରି: ମାଲକାନଗିରିରେ କୋରୋନା ସନ୍ଦିଗ୍ଧ । ଏହି ବ୍ୟକ୍ତି ଜଣଙ୍କ ନିକଟରେ ପଶ୍ଚିମବଙ୍ଗର କୋଲକୋତାସ୍ଥିତ ଇସ୍କନ ମନ୍ଦିରରୁ ଫେରିଥିବା ଜଣାପଡିଛି । ସେ ଇସ୍କନ ମନ୍ଦିରରେ ଥିବା ସମୟରେ ବିଭିନ୍ନ ବିଦେଶୀ ପର୍ଯ୍ୟଟକଙ୍କ ସଂସ୍ପର୍ଶରେ ଆସିଥିବା କୁହାଯାଉଛି। ମାଲକାନଗିରି ଡାକ୍ତରଖାନାରେ ଏହି ସନ୍ଦିଗ୍ଧ ବ୍ୟକ୍ତିଙ୍କ ପ୍ରାଥମିକ ଚିକିତ୍ସା କରାଯାଇଛି। ତାଙ୍କୁ ସଚେତନ ରହିବା ସହିତ ନିଜ ଘରେ ରହିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଏପଟେ ବୁଧବାର ଭାରତରେ ପୁଣି ୧୮ଜଣ ବ୍ୟକ୍ତି କୋରୋନା ଭାଇରସ୍‌ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।