ନୂଆଦିଲ୍ଲୀ: ଅଲମ୍ପିକ୍ସ ବର୍ଷରେ କ୍ରୀଡାକୁ ବିଶେଷ ପ୍ରଭାବିତ କରିଛି କୋରୋନା ଭାଇରସ । ମହାମାରୀ କୋରୋନାକୁ ନେଇ ବିଶ୍ୱରେ ଆତଙ୍କ । ସଂକ୍ରମଣରୁ କ୍ରୀଡାବିତ ମଧ୍ୟ ବାଦ ପଡିନାହାନ୍ତି । ଫଳରେ ସୁରକ୍ଷା ଦୃଷ୍ଟିରୁ ଆଜି କେନ୍ଦ୍ର କ୍ରୀଡାମନ୍ତ୍ରୀ ବଡ ଘୋଷଣା କରିଛନ୍ତି ।
ଅଲମ୍ପିକ୍ସ ପ୍ରସ୍ତୁତିକୁ ବାଦ ଦେଇ ସମସ୍ତ ପ୍ରକାର ଜାତୀୟ କ୍ୟାମ୍ପକୁ ସ୍ଥଗିତ ରଖିଛି ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ । କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜିଜ୍ଜୁ ଏନେଇ ଘୋଷଣା କରିଛନ୍ତି । ଜାତୀୟ କ୍ୟାମ୍ପ ସମେତ ନ୍ୟାସନାଲ ସେଂଟର ଅଫ ଏକ୍ସଲେନ୍ସ ଓ STCକୁ ପରବର୍ତୀ ଘୋଷଣା ପର୍ଯ୍ୟନ୍ତ ବାତିଲ କରିଦିଆ ଯାଇଛି ।
ଆଜି ଭାରତରେ କୋରୋନା ଭାଇରସରେ ୩ୟ ମୃତ୍ୟୁ ସାମ୍ନାକୁ ଆସିଛି । ଭାରତରେ ସଂକ୍ରମିତଙ୍କ ସଂଖ୍ୟା ଏଯାବତ ୧୨୬ ରେ ପହଂଚିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।