କୋରୋନା ଭାଇରସ୍ : ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୬୭, ମୃତ ସଂଖ୍ୟା ୭୨

ନୂଆଦିଲ୍ଲୀ: ଭାରତରେ କୋରୋନା ଭାଇରସରେ ଏଯାବତ୍ ୨୫୬୭ ଜଣ ଆକ୍ରାନ୍ତ ହୋଇଥିବାବେଳେ ୭୨ ଜଣ ମୃତ୍ୟୁର ଶିକାର ହୋଇଛନ୍ତି ।

ଏହାଛଡ଼ା ଭାତରରେ ଅଧିକ କରୋନାଭାଇରସ୍ ସଂକ୍ରମଣ ହୋଇଥିବା ୯ଟି ଅଂଚଳକୁ ସରକାର ହଟସ୍ପଟ୍ ଭାବେ ଘୋଷଣା କରିଛନ୍ତି । ସେଗୁଡ଼ିକ ହେଉଛି ଲଦାଖ, ପଞ୍ଜାବର ସହିଦ ଭଗତ ସିଂହ ନଗର, ଦିଲ୍ଲୀର ଦିଲସାଦ ଗାର୍ଡେନ୍ ଓ ନିଜାମୁଦ୍ଦିନ, ରାଜସ୍ଥାନର ଭିଲୱାରା, ମହାରାଷ୍ଟ୍ରର ପୁଣେ ଓ ମୁମ୍ବାଇ, କେରଳର କସାରଗଡ଼ ଓ ପତନମତିଟଟ ।