କରୋନା ଭାଇରସ୍‌: ଭାରତରେ ସଂକ୍ରମଣଙ୍କ ସଂଖ୍ୟା ୪୦୬୭, ମୃତ୍ୟୁ ସଂଖ୍ୟା ୧୦୯

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍ ଦ୍ୱାରା ୪୦୬୭ ଜଣ ଆକ୍ରାନ୍ତ ହୋଇଥିବାବେଳେ ୧୦୯ ଜଣ ପ୍ରାଣ ହରାଇଥିବା ଜଣାପଡିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨୯୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୧୦୯ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୩ ଜଣ, ବିହାରରେ ୧ଜଣ, ଦିଲ୍ଲୀରେ ୭ ଜଣ, ଗୁଜରାଟରେ ୧୧ ଜଣ, ହରିୟାଣାରେ ୧ ଜଣ, ହିମାଚଳ ପ୍ରଦେଶରେ ୧ଜଣ, ଜମ୍ମୁ ଓ କଶ୍ମୀରରେ ୨ ଜଣ, କର୍ଣ୍ଣାଟକରେ ୪ ଜଣ, କେରଳରେ ୨ଜଣ, ମଧ୍ୟପ୍ରଦେଶରେ ୯ ଜଣ, ମହାରାଷ୍ଟ୍ରରେ ୪୫ ଜଣ, ପଞ୍ଜାବରେ ୬ ଜଣ, ତାମିଲନାଡୁରେ ୫ ଜଣ, ତେଲେଙ୍ଗାନାରେ ୭ ଜଣ, ଉତରପ୍ରଦେଶରେ ୨ଜଣ ଏବଂ ପଶ୍ଚମବଙ୍ଗରେ ୩ ଜଣ ।

ଏହାଛଡ଼ା ଭାତରରେ ଅଧିକ କରୋନାଭାଇରସ୍ ସଂକ୍ରମଣ ହୋଇଥିବା ୯ଟି ଅଂଚଳକୁ ସରକାର ହଟସ୍ପଟ୍ ଭାବେ ଘୋଷଣା କରିଛନ୍ତି । ସେଗୁଡ଼ିକ ହେଉଛି ଲଦାଖ, ପଞ୍ଜାବର ସହିଦ ଭଗତ ସିଂହ ନଗର, ଦିଲ୍ଲୀର ଦିଲସାଦ ଗାର୍ଡେନ୍ ଓ ନିଜାମୁଦ୍ଦିନ, ରାଜସ୍ଥାନର ଭିଲୱାରା, ମହାରାଷ୍ଟ୍ରର ପୁଣେ ଓ ମୁମ୍ବାଇ, କେରଳର କସାରଗଡ଼ ଓ ପତନମତିଟଟ ।