ଭାରତରେ କରୋନା ଭାଇରସ: ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୬୫ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୫୪୩

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏଯାବତ୍ ୧୭୨୬୫ ହୋଇଥିବା ନେଇ ସୂଚନା ମିଳିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨୫୪୬ ଜଣ ସୁସ୍ଥ ହୋଇଥିବାବେଳେ ୫୪୩ଜଣ ଆକ୍ରାନ୍ତରେ ମୃତ୍ୟୁ ବରଣ କରିଛନ୍ତି ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୧୫ ଜଣ, ଆସାମରେ ୧ଜଣ, ବିହାରରେ ୨ ଜଣ, ଦିଲ୍ଲୀରେ ୪୫ ଜଣ, ଗୁଜରାଟରେ ୬୩ ଜଣ, ହରିୟାଣାରେ ୩ ଜଣ, ହିମାଚଳ ପ୍ରଦେଶରେ ୧ ଜଣ, ଜମ୍ମୁ ଓ କଶ୍ମୀରରେ ୫ ଜଣ, ଝାଡ଼ଖଣ୍ଡରେ ୨ ଜଣ, କର୍ଣ୍ଣାଟକରେ ୧୬ ଜଣ, କେରଳରେ ୩ ଜଣ, ମଧ୍ୟପ୍ରଦେଶରେ ୭୦ ଜଣ, ମହାରାଷ୍ଟ୍ରରେ ୨୨୩ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧ ଜଣ, ପଞ୍ଜାବରେ ୧୬ ଜଣ, ରାଜସ୍ଥାନରେ ୧୪ ଜଣ, ତାମିଲନାଡୁରେ ୧୫ ଜଣ, ତେଲେଙ୍ଗାନାରେ ୧୮ ଜଣ, ଉତରପ୍ରଦେଶରେ ୧୭ ଜଣ ଏବଂ ପଶ୍ଚମବଙ୍ଗରେ ୧୨ ଜଣ ।