ଯବାନଙ୍କଠାରେ କୋରୋନା ଭୁତାଣୁ

ଲଦାଖ: ମାରାତ୍ମକ କୋରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ଯବାନ । ପ୍ରଥମଥର ପାଇଁ ଭାରତୀୟ ସେନାର ଯବାନଙ୍କ ଠାରେ କୋରୋନା ପଜିଟିଭ ଥିବା ରିପୋର୍ଟ ପ୍ରକାଶ ପାଇଛି ।

ଲଦାଖରେ ଆଜି ଦୁଇ ଜଣଙ୍କ ନିକଟରେ କୋରୋନା ଭୁତାଣୂ ପଜିଟିଭ ଥିବା ଜଣାପଡ଼ିଥିଲା । ଯେଉଁଥିରେ ଉକ୍ତ ଯବାନ ମଧ୍ୟ ସାମିଲ ରହିଛନ୍ତି । କିଛି ଦିନ ତଳେ ଯବାନଙ୍କ ପିତା ବିଦେଶ ପରିଭ୍ରମଣରେ ଯାଇଥିଲେ । ସେହି ସମୟରେ ଉକ୍ତ ଯବାନ ମଧ୍ୟ ଛୁଟିରେ ରହିଥିବା ବେଳେ ପିତାଙ୍କ ସହ ସଂସ୍ପର୍ଶରେ ଆସିଥିଲେ ।

ରିପୋର୍ଟ ଆସିବା ପରେ ଲଦାଖ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ ଆଇସୋଲେସନ ରୁମରେ ରଖା ଯିବା ସହ ସ୍ୱାସ୍ଥ୍ୟ ପରିକ୍ଷା ଜାରି ରହିଥିବା ସୂଚନା ଦେଇଛି ପ୍ରଶାସନ ।