ସ୍ଥଗିତ ହେଲା କାନ୍ସ ଫେଷ୍ଟିଭାଲ

ମୁମ୍ବାଇ: କୋରୋନାକୁ ଦୃଷ୍ଟିରେ ରଖି ଆଗକୁ ହେବାକୁ ଥିବା କାନ୍ସ ଫେଷ୍ଟିଭାଲକୁ ସ୍ଥଗିତ ରଖାଯାଇଛି ।

ଏନେଇ ଦକ୍ଷିଣ ଫ୍ରାନ୍ସରେ ବାର୍ଷିକ କାର୍ଯ୍ୟକ୍ରମର ଆୟୋଜକମାନେ ସୂଚନା ଦେଇଛନ୍ତି। ଏକ ବିବୃତିରେ ସେମାନେ କହିଛନ୍ତି ଯେ ଜୁନ୍ ଶେଷ ସମେତ ଅନେକ ନୂତନ ତାରିଖ ବିଚାରକୁ ନିଆଯାଉଥିଲା। କିନ୍ତୁ ତାହା ସ୍ଥିର ହୋଇପାରି ନାହିଁ। ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ସମଗ୍ର ବିଶ୍ୱର ଏହି ସ୍ୱାସ୍ଥ୍ୟ ସଙ୍କଟ ସମୟରେ ଆମର ଚିନ୍ତାଧାରା କୋଭିଡ -୧୯ ର ପୀଡ଼ିତଙ୍କ ନିକଟକୁ ଯାଇଥାଏ ଏବଂ ଏହି ରୋଗ ସହ ଲଢ଼େଇ କରୁଥିବା ସମସ୍ତଙ୍କୁ ସାହସ ଦେବାର ଆବଶ୍ୟକତା ରହିଛି ।

ଏହି କାରଣରୁ ମେ ୧୨ରୁ ୨୩ ତାରିଖ ପର୍ଯ୍ୟନ୍ତ ବହୁଚର୍ଚ୍ଚିତ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ ଅନୁଷ୍ଠିତ ହୋଇପାରିବ ନାହିଁ। ଏହାର ପରବର୍ତୀ ତାରିଖ ଲାଗି ଅନେକ ବିକଳ୍ପକୁ ବିଚାର କରାଯାଇଛି। ହଜାର ହଜାର ଚଳଚ୍ଚିତ୍ର ନିର୍ମାତା, ସେଲିବ୍ରିଟି ଏବଂ କାର୍ଯ୍ୟନିର୍ବାହୀମାନଙ୍କୁ ଆକର୍ଷିତ କରୁଥିବା ଏହି ଉତ୍ସବ ଆଗକୁ କେବେ ଅନୁଷ୍ଠିତ ହେବ, ସେନେଇ ଖୁବ୍ ଶୀଘ୍ର ନିଷ୍ପତି ହେବ ବୋଲି ଜଣାଯାଇଛି।