କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ରୁ ଉପରକୁ ଟପିଲା, ମୃତ୍ୟୁ ସଂଖ୍ୟା ୨୯

ନୂଆଦିଲ୍ଲୀ: ଦିନକୁ ଦିନ ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । କୋରୋନା ଯୋଗୁଁ ଦେଶରେ ୨୮ ଜଣଙ୍କ ମୃତ୍ୟ ହୋଇ ସାରିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୧୦୨୪ ପହଂଚିଛି । ସେମାନଙ୍କ ମଧ୍ୟରୁ ୯୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି । ସେହିପରି ବିଶ୍ୱ ସ୍ତରରେ କୋଭିଡ-୧୯ର ସଂକ୍ରମିତଙ୍କ ସଂଖ୍ୟା ୬୩୪,୦୦୦ ଅତିକ୍ରମ କରିଥିବାବେଳେ ପ୍ରାୟ ୩୦,୦୦୦ଙ୍କ ମୃତ୍ୟୁ ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନା ଦେଇଛି ।