ଓଡ଼ିଶାରେ କୋରୋନା ଭୟ!

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କୋରୋନା ଭାଇରସଙ୍କ ସନ୍ଦିଗ୍ଧ ସଂଖ୍ୟା ବଢ଼ିବାରେ ଲାଗିବା ନେଇ ଏବେ ଏଥିନେଇ ଭୟ ସୃଷ୍ଟି ହୋଇଛି । ଏଯାବତ୍ କୌଣସି ସନ୍ଦିଗ୍ଧଙ୍କ ରକ୍ତ ନମୁନା ପଜେଟିଭ୍ ଆସି ନାହିଁ ସତ ମାତ୍ର ପଦକ୍ଷେପ ସ୍ୱରୂପ ସ୍ୱାସ୍ଥ୍ୟ ବିଭାଗ ସେମାନଙ୍କୁ ଆଇସୋଲେସନ୍ ୱାର୍ଡରେ ରଖିବା ପାଇଁ ନିଷ୍ପତି ହୋଇଛି ।

ବର୍ତମାନ ସୁଦ୍ଧା ରାଜ୍ୟରେ ୮୩ ଜଣ କୋରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରିଛି ସ୍ୱାସ୍ଥ୍ୟ ବିଭାଗ। ସେମାନଙ୍କ ମଧ୍ୟରୁ ଏବେ ୯ଜଣ ଘରେ ଆଇସୋଲେସନ୍‌ରେ ରହିଥିବା ବେଳେ ୩ଜଣ ହସ୍ପିଟାଲରେ ଆଡମିଟ୍ ହୋଇଛନ୍ତି।

ସ୍ୱାସ୍ଥ୍ୟ ବିଭାଗ ଏ ପର୍ଯ୍ୟନ୍ତ ୮୩ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରିସାରିଛି। ଏବେ ସେମାନଙ୍କ ମଧ୍ୟରୁ ୯ଜଣ ସ୍ୱାସ୍ଥ୍ୟ ବିଭାଗର ନଜରରେ ରହିଛନ୍ତି। କରୋନା ସନ୍ଦିଗ୍ଧଙ୍କ ଚିହ୍ନଟ ପାଇଁ ବିମାନବନ୍ଦର, ପାରାଦୀପ ବନ୍ଦରରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ରାଜ୍ୟରୁ ଏ ପର୍ଯ୍ୟନ୍ତ ୭ ଜଣ ସନ୍ଦିଗ୍ଧଙ୍କ ନମୁନା ପୁନେସ୍ଥିତ ଏନ୍‌ଆଇଭିକୁ ପଠାଯାଇଥିବା ବେଳେ ସମସ୍ତ ନମୁନା ନେଗେଟିଭ୍‌ ଥିବା ଜଣାପଡ଼ିଥିଲା। ଏହାସହ ଛାତ୍ରଛାତ୍ରୀମାନେ କ‌ିଭଳି କୋରୋନା ଭୂତାଣରୁ ମୁକାବିଲା କରିବେ, ସେଥିପାଇଁ ସ୍ବତନ୍ତ୍ର ଭାବେ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି।