କୋରୋନା ପାଇଁ ୫ଜିଲ୍ଲାରେ ୧୪୪ଜାରି ଧାରା

ଭୁବନେଶ୍ୱର: କୋରୋନା ଭାଇରସ୍ ର ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟର ୫ଟି ଜିଲ୍ଲାରେ ୧୪୪ଧାରା ଜାରି କରାଯାଇଛି । ତେବେ ଜନସମାଗମ ରୋକିବା ଲାଗି ପ୍ରତିଷେଧମୂଳକ ପଦକ୍ଷେପ ସ୍ୱରୂପ ଭଦ୍ରକ, କେନ୍ଦୁଝର, ଯାଜପୁର, ଢ଼େଙ୍କାନାଳ ଓ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ୧୪୪ ଧାରା ଜାରି କରିଛନ୍ତି ।

ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ସୋମବାର ଠାରୁ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀ ଏବଂ ଅଧିକାରୀଙ୍କ ଛୁଟି ବାତିଲ କରି ଦିଆ ଯାଇଥିବା ବେଳେ ସଭା ଶୋଭାଯାତ୍ର ଉପରେ ରୋକ ଲଗାଯାଇଛି । ସେହିଭଳି ବିଭିନ୍ନ ସପିଙ୍ଗ ମଲରେ ଗହଳି ଉପରେ ରୋକ ଲଗାଯାଇଛି। ଲୋକଙ୍କ ମଧ୍ୟରେ କୋରୋନା ସଚେତନତା ପାଇଁ ଜିଲ୍ଲାରେ ମାଇକ୍ ଯୋଗେ ପ୍ରଚାର କରାଯାଉଛି । ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସତନ୍ତ୍ର କୋରୋନା ୱାର୍ଡ ମଧ୍ୟ ଖୋଲା ଯାଇଛି ।

ଭଦ୍ରକ ସମେତ ଯାଜପୁରରେ କୋରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ବଡ ନିଷ୍ପତି ନେଇଛନ୍ତି। ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଥିବା ମହା ବାରୁଣୀ ସ୍ନାନ ଯାତ୍ରାକୁ  ପ୍ରଶାସନ ରଦ୍ଦ କରିଛି । ସଂପୃକ୍ତ ଅଂଚଳରେ ୧୪୪ ଧାରା ପ୍ରଶାସନ ଜାରି କରିଛି । ସମଗ୍ର ଜିଲ୍ଲାରେ ମଧ୍ୟ ଏହି ୧୪୪ ଧାରା ବଳବତର ରହିଛି। ନିୟମ ଉଲଂଘନ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃତ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଆଜି ଓଡିଶାରେ କୋରୋନା ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାର ତତ୍ପରତା ହୋଇପଡିଛନ୍ତି। କରୋନା ସତର୍କତା ଗାଇଡ୍‌ ଲାଇନ୍‌ ଜାରି କରିଛନ୍ତି। ସରକାରଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକ ଓ ପଂଚାୟତର ସରପଂଚ,ସମିତିିସଭ୍ୟ,ଆଶା ଓ ଅଙ୍ଗନବାଡି କର୍ମୀ ବ୍ଲକ୍‌ ସ୍ଥରୀୟ ପ୍ରଶାସନ ଅଧିକାରୀଙ୍କୁ ନେଇ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରାଇବେ । ମାକ୍ସ ପିନ୍ଧିବେ ଥଣ୍ଡା ଜ୍ୱର ଯଦି କାହାକୁ ଲାଗି ରହିଥାଏ ତେବେ ତୁରନ୍ତ ତାଙ୍କୁ ପ୍ରତି ପଂଚାୟତରେ ଚିହ୍ନଟ କରାଯାଇଥିବା ଗୋଟେ ଗୋଟେ ସେଲ୍‌ଟର୍‌ ସେଂଟର ପହଂଚାଇ ବ୍ଲକ୍‌ ଅଧିକାରୀଙ୍କୁ ଅବଗତ କରାଇବେ ।