କରୋନାର ଶିକାର ହେଲେ କରୋନା ଯୋଦ୍ଧା

ଭୁବନେଶ୍ୱର : ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଷ୍ଟାଫ ନର୍ସଙ୍କୁ କରୋନା । ଷ୍ଟାଫ ନର୍ସ କରୋନାରେ ଆକ୍ରାନ୍ତ ନେଇ ସିଡିଏମ୍‌ଓଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସଂସ୍ପର୍ଶରେ ଆସିଥିବାରୁ କରୋନା ପଜିଟିଭ୍ ବାହାରିଛି । ସଂପୃକ୍ତ ଷ୍ଟାଫ ନର୍ସଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ବୋଲି ସିଡିଏମ୍‌ଓ କହିଛନ୍ତି । ନର୍ସଙ୍କ ସଂସ୍ପର୍ଶରେ ଯିଏ ଯିଏ ଆସିଛନ୍ତି ସମସ୍ତଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି । ମେଡିକାଲର ସବୁ ୱାର୍ଡକୁ ଭଲ ଭାବେ ସାନିଟାଇଜ୍ କରାଯାଇଛି । ଏହାକୁ ମିଶାଇ ଜିଲ୍ଲାରେ କାରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦କୁ ବୃଦ୍ଧି ପାଇଛି ସେଥିମଧ୍ୟରୁ ୪୫ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୨୫ଜଣ ଚିକିତ୍ସିତ ହେଉଛନ୍ତି ।