ଏପ୍ରିଲ ୧୫ ଯାଏଁ ମା ବିରଜା ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

ଯାଜପୁର: କୋରୋନା ସତର୍କତା ପାଇଁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିରକୁ ସାଧାରଣ ଦର୍ଶନ ପାଇଁ ବନ୍ଦ କରାଯାଇଛି । ଆସନ୍ତା ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତି ନେଇଛି ମନ୍ଦିର ପ୍ରଶାସନ ।

ତେବେ ମା’ଙ୍କ ପୂଜାର୍ଚ୍ଚନା ପାଳିଆ ସେବାୟତମାନେ କରିବେ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତି ହୋଇଛି । କୋରୋନା ସତର୍କତାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଏପରି ନିଷ୍ପତି ନେଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ମନ୍ଦିର ପ୍ରଶାସନର ଏଭଳି ନିଷ୍ପତିକୁ ମଧ୍ୟ ସେବାୟତମାନେ ସ୍ୱାଗତ କରିଛନ୍ତି ।