ବେଜିଂ: ଚୀନର ହୁୱାଇ ପ୍ରାନ୍ତରୁ ଉତ୍ପତି ହୋଇଥିବା କୋରୋନା ଭାଇରସର କୋହ ଥମିବାର ନାଁ ନେଉନାହିଁ । ଦେଶର ସ୍ବାସ୍ଥ୍ୟ କମିଶନଙ୍କ ରିପୋର୍ଟ ଅନୁଯାୟୀ, ଚୀନରେ କୋରୋନା ଭାଇରସ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ୧୬୦୦ ଟପିଥିବାବେଳେ ଗତ ୨୪ ଘଂଟା ମଧ୍ୟରେ ୧୩୯ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି କୋରୋନା ଭାଇରସର କେନ୍ଦ୍ରସ୍ଥଳ ହୁୱାଇ ପ୍ରାନ୍ତରେ ୨୪୨୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଏଥିସହ ଚୀନ୍ରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭ ହଜାରକୁ ପହଂଚିଥିବାବେଳେ କେବଳ ହୁୱାଇ ପ୍ରାନ୍ତରେ ପ୍ରାୟ ୫୪ ଜଣ ଆକ୍ରାନ୍ତ ଥିବା ଜଣାପଡିଛି ।
ଆସନ୍ତା ଦୁଇ ସପ୍ତାହ ମଧ୍ୟରେ କୋରୋନା ଭାଇରସ ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ଛୁଇଁବ ବୋଲି ଆଶଙ୍କା କରାଯାଉଛି । ସେପଟେ ଏହି ସ୍ବାସ୍ଥ୍ୟ ସଙ୍କଟର ମୁକାବିଲା ପାଇଁ ଚୀନ୍ ସରକାର ଯୁଦ୍ଧକାଳୀନ ଭିତିରେ ଅନେକ ପଦକ୍ଷେପ ନେଇଛନ୍ତି । କିନ୍ତୁ ଲୋକଙ୍କୁ ଫଳପ୍ରଦ ଚିକିତ୍ସା ମିଳିପାରୁ ନଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି ।