ବେଜିଂ: ଚୀନରେ ବ୍ୟାପିଥିବା ମାରାତ୍ମକ କୋରୋନା ଭାଇରସ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା କ୍ରମାଗତ ଭାବରେ ବଢିବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ଏହି ଭାଇରସ ଜନିତ ମୃତ୍ୟୁର ୬୫ଟି ନୂଆ ମାମଲା ସାମ୍ନାକୁ ଆସିଥିବା ଚୀନ ସରକାରଙ୍କ ପକ୍ଷରୁ ଜଣାପଡିଛି । ସମଗ୍ର ଚୀନରେ କୋରୋନା ଭାଇରସ୍ ସଂକ୍ରମଣରେ ଏବେ ସୁଦ୍ଧା ମୋଟ ୪୯୨ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ପ୍ରାୟ ୨୪,୦୦୦ ଲୋକ ଏହି ଭାଇରସରେ ଆକ୍ରାନ୍ତ ଥିବା ଜଣାପଡିଛି ।
ସେପଟେ ଏହି ଭାଇରସରେ ଆକ୍ରାନ୍ତ ଲୋକଙ୍କ ଚିକିତ୍ସା ପାଇଁ ଚୀନରେ ଆଉ ଏକ ଡାକ୍ତରଖାନା ପ୍ରସ୍ତୁତ ହେବାର ସମ୍ଭାବନା ରହିଛି । ଏହି ଡାକ୍ତରଖାନାରେ ୧୩୦୦ ବେଡ ରହିବାର ସୁବିଧା ହୋଇପାରେ ବୋଲି ଜଣାପଡିଛି । ଏହା ପୂର୍ବରୁ ମଧ୍ୟ ଚୀନ କେବଳ ୯ ଦିନରେ ୧୦୦୦ ବେଡ ଯୁକ୍ତ ଡାକ୍ତରଖାନା ନିର୍ମାଣ କରିଥିଲା ।