କଟକ: ଓଡ଼ିଶାରେ କୋରୋନା ଭାଇରସ୍ ର ଭୟ ନାହିଁ । କାରଣ କୋରୋନା ଭାଇରସ୍ ସନ୍ଦିଗ୍ଧ ଛାତ୍ରୀଙ୍କ ରକ୍ତ ନମୁନା ରିପୋର୍ଟ ନେଗେଟିଭ୍ ଆସିଛି ।
ଗତ ରବିବାର ଦିନ କୋରୋନା ସନ୍ଦିଗ୍ଧ ଛାତ୍ରୀ ଏସସିବିରେ ଭର୍ତି ହୋଇଥିଲେ । କୋରୋନା ସନ୍ଦେହରେ ଛାତ୍ରୀଙ୍କ ରକ୍ତ ନମୁନା ସୋମବାର ଦିନ ପରୀକ୍ଷା ପାଇଁ ପୁଣେର ଏନଆଇଭି ପଠାଯାଇଥିଲା । ପରୀକ୍ଷା ରିପୋର୍ଟ ଆସିବା ପରେ ରକ୍ତ ନମୁନା ନେଗେଟିଭ ଥିବା ଜଣାପଡ଼ିଛି । ବର୍ତମାନ କେବଳ ଆଉ ଜଣେ କୋରୋନା ସନ୍ଦିଗ୍ଧଙ୍କ ରିପୋର୍ଟ ମିଳିବା ବାକି ରହିଛି । ତେବେ ପୂର୍ବରୁ ଯେଉଁ କୋରୋନା ସନ୍ଦିଗ୍ଧଙ୍କ ରକ୍ତ ସାମ୍ପୁଲ ପୁଣେ ପଠାଯାଇଥିଲା ତାହା ନେଗେଟିଭ ଆସିଛି ।
ଚୀନରେ କୋରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଆହୁରି ବଢି ଚାଲିଛି । କୋରୋନା ଭାଇରସରେ ଏପର୍ଯ୍ୟନ୍ତ ୨୮ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ଥିବା ଜଣାପଡ଼ିଛି । କୋରୋନା ଆକ୍ରାନ୍ତ ହୋଇଥିବା ରୋଗୀ ମୃତ୍ୟୁ ସଂଖ୍ୟା ୬୩୦ରେ ପହଂଚିଛି । ବିଶ୍ୱର ୨୭ଟି ଦେଶକୁ କୋରୋନା ଭାଇରସ ବ୍ୟାପିଥିବା ଜଣାପଡ଼ିଛି ।