ବ୍ରିଟେନ୍ ମହାରାଣୀଙ୍କୁ ଘାରିଲା କୋରୋନା ଭୟ; ଛାଡିଲେ ରାଜମହଲ

ଲଣ୍ଡନ: ବ୍ରିଟେନ୍ ମହାରାଣୀ ଏଲିଜାବେଥ୍ କୋରୋନା ଭୟରେ ବର୍ମିଂହୋମ ରାଜମହଲ ଛାଡିଛନ୍ତି । ଏବେ ତାଙ୍କୁ ୱିଣ୍ଡସର କେସଲ ନିଆଯାଇଛି । ରିପୋର୍ଟ ମିଳିଛି ଯେ, କୋରୋନା ଭାଇରସର ପ୍ରକୋପ ବଢ଼ିବ, ତାହେଲେ ପ୍ରିନ୍ସ ଫିଲିପକୁ ସେଣ୍ଡ୍ରିଗାମରେ ଅଲଗା ରଖାଯାଇପାରିବ । ଗଣମାଧ୍ୟମକୁ ରବିବାରଏହି ସୂଚନା ମିଳିଛି । ଶାହୀ ପରିବାର ସୂତ୍ର ଗଣମାଧ୍ୟମକୁ କହିଛି, ତାଙ୍କୁ ୱିଣ୍ଡସର ନିଆଯାଇଛି । କୁହାଯାଉଛି ଯେ, ତାଙ୍କର ସ୍ୱାସ୍ଥ୍ୟ ଭଲ ଅଛି । କିନ୍ତୁ ଏସବୁ ପରେ ମଧ୍ୟ ତାଙ୍କୁ ସେଠାରୁ ସ୍ଥାନାନ୍ତର କରାଯିବା ଭଲ ହେବ । କାରଣ ତାଙ୍କର ଷ୍ଟାଫ କରୋନା ଭାଇରସକୁ ନେଇ ବ୍ୟସ୍ତ ହୋଇପଡ଼ିଛନ୍ତି ।

ରିପୋର୍ଟରେ କୁହାଯାଇଛି ଯେ, ରାଜମହଲକୁ ବିଶ୍ୱର ଚାରିଆଡୁ ଲୋକ ଆସୁଛନ୍ତି । ଏଠାରେ ବଡ଼ ବଡ଼ କାର୍ଯ୍ୟକ୍ରମର ଆୟୋଜନ ହେଉଛି । ମହରାଣୀ ନିକଟରେ ଅନେକ ଲୋକଙ୍କୁ ଭେଟିଥିଲେ । ସେ ଆଉ କିଛି ଦିନ ପରେ ନିଜର ୯୪ତମ ଜନ୍ମଦିନ ପାଳନ କରିବେ । ପରାମର୍ଶଦାତାଙ୍କ କହିବା ଅନୁସାରେ ତାଙ୍କୁ ଯେପରି କୌଣସି ଅସୁବିଧା ନହେଉ, ସେଥିପାଇଁ ଏକ ଭିନ୍ନ ସ୍ଥାନରେ ରଖାଯାଇଛି । ସୂତ୍ର ଅନୁସାରେ ବର୍ମିଂହାମ ବିପଦପୂର୍ଣ୍ଣ ସ୍ଥାନ ହୋଇପାରେ । ଏଠାରେ ଅନ୍ୟସ୍ଥାନ ତୁଳନାରେ ଅଧିକ କର୍ମଚାରୀ ଅଛନ୍ତି ।

ଚୀନ ପରେ ୟୁରୋପୀୟ ଦେଶଗୁଡ଼ିକରେ କୋରୋନା ଭାଇରସରେ ସର୍ବାଧିକ ପ୍ରଭାବିତ ହୋଇଛି । ଇଟାଲୀରେ ରବିବାର ଗୋଟିଏ ଦିନରେ କୋରୋନା ଭାଇରସ ଯୋଗୁଁ ୩୬୮ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ଏହା ବ୍ୟତୀତ ସ୍ପେନରେ ଗୋଟିଏ ଦିନରେ ଭାଇରସ ଯୋଗୁଁ ୧୦୦ ଜଣ ଲୋକ ଜୀବନ ହରାଇଛନ୍ତି । ସ୍ପେନରେ ଜାତୀୟ ଜରୁରୀକାଳନୀ ଘୋଷଣା ହୋଇଛି । ଫ୍ରାନ୍ସରେ ଗୋଟିଏ ଦିନରେ ୨୯ ଜଣଙ୍କ ମୃତ୍ୟୁ ହୋଇଛି । ବିଶ୍ୱରେ ୧ ଲକ୍ଷ ୫୦ ହଜାରରୁ ଅଧିକ ଲୋକ ଭାଇରସରେ ପ୍ରଭାବିତ ହୋଇଛନ୍ତି ।