ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ କୋରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆଜି ଏହାକୁ “ମହାମାରୀ” ଘୋଷଣା କରିଛନ୍ତି । ଏଥିସହ ଆହୁରି କହିଛନ୍ତି ଯେ, ଦିଲ୍ଲୀରେ ସମସ୍ତ ସିନେମାହଲ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ। ସେହିପରି ଯେଉଁ ସ୍କୁଲ ଓ କଲେଜର ପରୀକ୍ଷା ଚାଲି ନାହିଁ, ସେହି ସ୍କୁଲ ଓ କଲେଜକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଛି।
ମାରାତ୍ମକ କୋରୋନା ଭାଇରସ୍କୁ ମୁକାବିଲା କରିବା ପାଇଁ ଦିଲ୍ଲୀ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ଏଥିସହିତ ହସ୍ପିଟାଲ୍ରେ ଏହି ମହାମାରୀକୁ ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି। କେବଳ ଏତିକି ନୁହେଁ, କୋରୋନା ଭାଇରସ୍ରୁ ଲୋକମାନେ କିପରି ନିଜକୁ ଦୂରେଇ ରଖିବେ ସେ ନେଇ ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଲୋକମାନଙ୍କର ବି ଯଥେଷ୍ଟ ସହଯୋଗ ମିଳୁଛି, ଆଗକୁ ବି ଏହି ସହଯୋଗ ଜାରି ରହିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କହିଛନ୍ତି।