ଭାରତରେ କୋରୋନା ସଂକ୍ରମଣଙ୍କ ସଂଖ୍ୟା ୬୫୬, ମୃତ ସଂଖ୍ୟା ୧୫

ନୂଆଦିଲ୍ଲୀ: କୋରୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି । ତେବେ ବର୍ତମାନ ସୁଦ୍ଧା ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୬୫୬ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୧୫ରେ ପହଂଚିଲା । ଏକ ଆକଳନ ଅନୁସାରେ ଗତ ପାଂଚ ଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୈନିକ ଅନ୍ୟୁନ ୬୦ ବୋଲି ଜଣାପଡିଛି ।

ଅନ୍ୟପଟେ କୋରୋନାରେ ସଂକ୍ରମିତ ହୋଇ ଗୁଜୁରାଟ, ମହାରାଷ୍ଟ୍ର ଓ ଜମ୍ମୁ କାଶ୍ମୀରରେ ଜଣେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ବର୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ଦେଶର ସବୁଠାରୁ ଅଧିକ ୧୨୮ ଜଣ କୋରୋନା ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି । ସେହିଭଳି ମହାରାଷ୍ଟ୍ରରେ ବର୍ତମାନ ସୁଦ୍ଧା ୪ ଜଣ ଲୋକ ପ୍ରାଣ ହରାଇଥିବା ଜଣାପଡିଛି।