ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୫ରେ ପହଂଚିଲା

ନୂଆଦିଲ୍ଲୀ: ଚୀନରୁ ଉତ୍ପତି ହୋଇଥିବା କୋରୋନା ମହାମାରୀ ଏବେ ବିଶ୍ୱକୁ ଗ୍ରାସିବାରେ ଲାଗିଛି । ତେବେ ଏଥିରୁ ଭାରତ ମଧ୍ୟ ବାଦ ପଡିନି । ଭାରତରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ଏଯାବତ୍ କୋରୋନା ରୋଗରେ ଭାରତରେ ୧୯୫ଜଣ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି । ମହାରାଷ୍ଟ୍ରରେ ସର୍ବାଧିକ ୪୭ଜଣ ବ୍ୟକ୍ତି କୋରୋନା ସଂକ୍ରମିତ ହୋଇଥିବା ବେଳେ ୨୮ଜଣ କୋରୋନା ଆକ୍ରାନ୍ତ ସହ ଦ୍ୱିତୀୟରେ ରହିଛି କେରଳ ।

କେନ୍ଦ୍ର ସରକାର କରୋନା ପାଇଁ ଅନେକ ସଚେତନତା ପାଇଁ ନିଆଯାଉଥିବା ପଦକ୍ଷେପ ସତ୍ୱେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।  ସର୍ବାଧିକ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟାରେ ଚୀନକୁ ଟପିଯାଇଛି ଇଟାଲି । ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୫ ପହଁଚିଛି । ଏମାନଙ୍କ ମଧ୍ୟରୁ ୧୬୩ଜଣ ଭାରତୀୟ ଥିବା ବେଳେ ୩୨ଜଣ ବିଦେଶୀ ନାଗରିକ ରହିଛନ୍ତି । ଏଯାଏଁ ଭାରତରେ କୋରୋନା ଭାଇରସରେ ଆକ୍ରାନ୍ତ ଥବା ୪ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଦେଶରେ କୋରୋନା ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସତର୍କନା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତ । ଏହା ସହ ଆସନ୍ତା ରବିବାର ଦନ ଜନତା କୁର୍ଫ୍ୟୁ ସହ ସକାଳ ୭ଟାରୁ ରାତି ୯ଟା ଯାଏଁ ଘରୁ ନ ବାହାରି ସତର୍କ ରହିବା ପାଇଁ ଦେଶବାସୀଙ୍କୁ ଅପିଲ କରିଛନ୍ତି ।