ଭୁବନେଶ୍ୱର : ରବିବାର ଦିନର ବିରତି ପରେ ଆଜି ଦ୍ୱିତୀୟ ଦିନରେ କୋଭିଡ୍ ଟୀକାକରଣ ଆରମ୍ଭ ହୋଇଛି । ଆଜିଠାରୁ ଏହି ଟୀକାକରଣ କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ସମସ୍ତ ଜିଲ୍ଲାକୁ ସେମାନଙ୍କର ମାଇକ୍ରୋ-ପ୍ଲାନ୍ ପ୍ରସ୍ତୁତ କରିବାକୁ କୁହାଯାଇଥିଲା, ଯାହାଫଳରେ ପୂର୍ବରୁ ତାଲିକାଭୁକ୍ତ ସ୍ୱାସ୍ଥ୍ୟସେବା ହିତାଧିକାରୀଙ୍କ ଟୀକାକରଣକୁ
ଅନ୍ତର୍ଭୁକ୍ତ କରାଯିବ । ସେହି ଅନୁଯାୟୀ ସେମାନେ ସେମାନଙ୍କର ମାଇକ୍ରୋ ପ୍ଲାନ୍ ଦାଖଲ କରିଛନ୍ତି । ଟୀକାକରଣ ପାଇଁ ମେଡିକାଲ୍ କଲେଜ ଏବଂ ବଡ଼ ବେସରକାରୀ ଡାକ୍ତରଖାନାରେ ୫ଟି ଅଧିବେଶନ, ଜିଲ୍ଲା ସଦରମହକୁମା ହସ୍ପିଟାଲ୍ରେ ଗୋଟିଏରୁ ଦୁଇଟି ଅଧିବେଶନ, ଉପଖଣ୍ଡ ହସ୍ପିଟାଲ୍ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକ ୱାର୍ଡରେ ଆଜିଠାରୁ ଜାନୁଆରୀ ୨୦୨୧ ସୁଦ୍ଧା ଶେଷ କରିବାକୁ ଯୋଜନା କରାଯାଇଛି । ସମସ୍ତ ବର୍ଗର କର୍ମଚାରୀ ଏହି ସବୁ ଅଧିବେଶନରେ ଅନ୍ତର୍ଭୁକ୍ତ ହେବାକୁ ଯୋଜନା କରାଯାଇଛି ।
ପ୍ରଥମ ଦିବସରେ ୧୬୧ଟି ଅଧିବେଶନ କରାଯାଇଥିଲା, ଯେଉଁଥିରେ ୧୩,୯୮୦ ଜଣ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ଟୀକା ଦିଆଯାଇଥିଲା । ଆଜି ସମୁଦାୟ ୩୮୦ଟି ଅଧିବେଶନ ଯୋଜନା କରାଯାଇଥିଲା ଏବଂ ଟୀକାକରଣ ସୁରୁଖୁରୁରେ ଚାଲିଛି । ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୩୦,୧୬୧ ଜଣ ସ୍ୱାସ୍ଥ୍ୟ ସେବା କର୍ମଚାରୀ ହିତାଧିକାରୀଙ୍କୁ ଟୀକାକରଣ କରାଯାଇଛି, ଯାହା ଆଜି ତାଲିକାଭୁକ୍ତ ମୋଟ ହିତାଧିକାରୀଙ୍କର ୯୫ ପ୍ରତିଶତ ଅଟେ । ପୂର୍ବ ଯୋଗାଯୋଗକୁ ଜାରି ରଖି ଆଜି ରାଜସ୍ୱ ବିଭାଗ ଅଧୀନରେ ଥିବା ଆଗଧାଡ଼ିର କର୍ମଚାରୀ ତାଲିକାଭୁକ୍ତ ହେବା ନେଇ ଆଜି ସମସ୍ତ ଜିଲ୍ଲା ସହିତ ଏକ ଭିଡ଼ିଓ ସମ୍ମିଳନୀ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା ଏବଂ ୨୫ ଜାନୁଆରୀ ୨୦୨୧ ସୁଦ୍ଧା ପଂଜୀକରଣ ପ୍ରକି୍ରୟା ଶେଷ କରିବାକୁ ସମସ୍ତ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି ।
ଆଜି ଗୋଟିଏ ସାମାନ୍ୟଧରଣର ପାଶ୍ୱର୍ ପ୍ରତିକି୍ରୟା ମାମଲା ରିପୋର୍ଟ ହୋଇଛି । ହିତାଧିକାରୀ ବର୍ତ୍ତମାନ ଭଲ ଅଛନ୍ତି । ଆସନ୍ତାକାଲି ଓଡ଼ିଶାରେ ୩,୩୪,୫୦୦ ଡୋଜ୍ କୋଭିସିଲଡ୍ ଟୀକା ପହଞ୍ଚିବ, ଯାହା ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟସେବା ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ । ଯେହେତୁ ସମସ୍ତ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ପୂର୍ଣ୍ଣ ଟୀକାକରଣ ପାଇଁ ରାଜ୍ୟରେ ଖୁବ୍ ଶୀଘ୍ର ପର୍ଯ୍ୟାପ୍ତ ଟୀକା ଉପଲବ୍ଧ ହେବ, ସେଥିପାଇଁ ହିତାଧିକାରୀମାନଙ୍କୁ ଟୀକାକରଣ ପାଇଁ ଆସିବାକୁ ପୁନର୍ବାର ଅନୁରୋଧ କରାଯାଇଛି । ଯେହେତୁ ଏହା ଏକ ସେ୍ୱଚ୍ଛାକୃତ ଟୀକାକରଣ କାର୍ଯ୍ୟକ୍ରମ, ସେହି ହିତାଧିକାରୀମାନେ ଯେଉଁମାନେ ଇଚ୍ଛାକୃତ ଭାବରେ ଟୀକାକରଣକୁ ପ୍ରତ୍ୟାଖ୍ୟାନ କରୁଛନ୍ତି, ପରବର୍ତ୍ତୀ ସମୟରେ ସରକାରଙ୍କ ତରଫରୁ ମାଗଣା କୋଭିଡ୍ ଟୀକାକରଣ ପାଇଁ ସୁଯୋଗ ପାଇବେ ନାହିଁ ବୋଲି ସୂଚନା ଦିଆଯାଇଛି ।