ଦେଶରେ ୨୪ ଘଂଟାରେ ୩୯୦୦ନୂଆ କରୋନା ପଜିଟିଭ୍

ନୂଆଦିଲ୍ଲୀ: ଭାରତରେ ଗତ ୨୪ଘଂଟା ମଧ୍ୟରେ ରେକର୍ଡ ସଂଖ୍ୟକ ୩୯୦୦ଟି ନୂଆ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ଏହା ସହ ୧୯୫ଟି ମୃତ୍ୟୁ ରେକର୍ଡ କରାଯାଇଛି । ଫଳରେ ଦେଶର ମୋଟ ପଜିଟିଭ ସଂଖ୍ୟା ୪୬୪୩୩କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୫୬୮ରେ ପହଂଚିଛି ।

ସେହିପରି ବର୍ତମାନ ସୁଦ୍ଧା ୩୨୧୩୪ଜଣ ଚିକିତ୍ସିତ ହେଉଥିବା ବେଳେ ୧୨୭୨୭ଜଣ ସୁସ୍ଥ ହୋଇଥିବା ଜଣାପଡିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ମହାରାଷ୍ଟ୍ରରେ ସର୍ବାଧିକ ୧୪୫୪୧ ଜଣ କୋରୋନା ପଜିଟିଭ ଚିହ୍ନଟ କରାଯାଇଥିବା  ବେଳେ ଗୁଜୁରାଟରେ ୫୮୦୪, ଦିଲ୍ଲୀରେ ୪୮୯୮, ରାଜସ୍ଥାନରେ ୩୦୬୧, ଉତରପ୍ରଦେଶରେ ୨୭୬୬, ତାମିଲନାଡୁରେ ୩୫୫୦, ଆନ୍ଧ୍ରପ୍ରଦେଶରେ ୧୬୫୦,  ତେଲେଙ୍ଗାନା ୧୦୮୫, କର୍ଣ୍ଣାଟକରେ ୬୫୧ ଓ କେରଳରେ ୫୦୦ ରହିଛି ।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ ୫୮୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ ୩୧୯, ମଧ୍ୟପ୍ରଦେଶରେ ୧୬୫, ଦିଲ୍ଲୀରେ ୬୪, ତେଲେଙ୍ଗାନାରେ ୨୯, ତାମିଲନାଡୁରେ ୩୧, କର୍ଣ୍ଣାଟକରେ ୨୭ ଓ ଆନ୍ଧ୍ରପ୍ରଦେଶରେ ୩୬ ଜଣଙ୍କର ମୃତ୍ୟୁ ହୋଇଛି ।