ସାମ୍ନାକୁ ଆସିଲା ୫ ଆକ୍ରାନ୍ତଙ୍କ ତଥ୍ୟ

ଭୁବନେଶ୍ୱର : ଆଜି ସକାଳେ ବାଲେଶ୍ୱର ଜିଲ୍ଲାର ଯେଉଁ ୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ସେମାନଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର । ଏମାନେ ସମେସ୍ତ ବାଲେଶ୍ୱର ଜିଲ୍ଲା କଂଟେନମେଂଟ ଜୋନ୍ ଅଂଚଳର ବୋଲି ଜଣାପଡ଼ିଛି । ଏହି ୫ଜଣଙ୍କ ମଧ୍ୟରେ ୪ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି । ୪ଜଣ ମହିଳାଙ୍କ ବୟସ, ୫୫,୨୨,୨୩,୨୯ ବର୍ଷ, ପୁରୁଷଙ୍କ ବୟସ ୨୭ ବୋଲି ଜଣାପଡ଼ିଛି । ଆଜି ବାଲେଶ୍ୱରରେ ୫କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୮କୁ ଛୁଇଁଛି ।