ନବନିଯୁକ୍ତ ଓଡିଶାର କଂଗ୍ରେସ ପ୍ରଭାରୀ ଏ.ଚେଲ୍ଲା କୁମାରଙ୍କୁ କରୋନା

ଭୁବନେଶ୍ୱର : ପ୍ରତିଦିନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି ।ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନୈତିକ ଲୋକେ ସମସ୍ତେ ଏବେ କରୋନା ଫାସରେ । ତେବେ ଆଜି ଏହାର କବଜାକୁ ଆସିଛନ୍ତି ନବନିଯୁକ୍ତ ଓଡିଶାର କଂଗ୍ରେସ ପ୍ରଭାରୀ ଏ.ଚେଲ୍ଲା କୁମାର । ନମୁନା ପରୀକ୍ଷା ପରେ ତାଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଛି । ଏନେଇ ଖୋଦ୍ ଏ.ଚେଲା କୁମାର ଟ୍ୱିଟ କରି ସୂଚନା ଦେଇଛନ୍ତି । ଏହା ସହ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ପରୀକ୍ଷା କରାଇ ନେବାକୁ ପରାମର୍ଶ ଦେଇଛନ୍ତି ।

ରାଜ୍ୟରେ କ୍ରମାଗତ ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଆଜି ପୁଣି ୩୦ ଜିଲ୍ଲାରୁ ୩୯୧୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨୩୪୮ଜଣ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୧୫୬୫ଜଣ ଆକ୍ରାନ୍ତ ସ୍ଥାନୀୟ ମାମଲା ବୋଲି ଜଣାପଡ଼ିଛି । ଏହା ସହ ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୫୦,୮୦୭କୁ ବୃଦ୍ଧିପାଇଛି । ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।