୫ କରୋନା ପଜିଟିଭ୍ ଚିହ୍ନଟ; ରାଜ୍ୟରେ ସଂକ୍ରମିତ ସଂଖ୍ୟା ହେଲା ୧୦୮

ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ୫ଜଣ ବାଲେଶ୍ୱର ଜିଲ୍ଲାର ବୋଲି ଜଣାପଡ଼ିଛି । ହେଲେ ଏମାନେ କାହା ସଂସ୍ପର୍ଶରେ ଆସିଛନ୍ତି କି ପଶ୍ଚିମବଙ୍ଗ ଫେରନ୍ତା କି ନାହିଁ ବର୍ତମାନ ସୁଦ୍ଧା ଜଣାପଡ଼ି ନାହିଁ । ଏହାକୁ ମିଶାଇ ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି । ରାଜ୍ୟରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ୧୦୮କୁ ଛୁଇଁଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ରୁ ଜଣାପଡ଼ିଛି ।