ଭୁବନେଶ୍ୱର: କୋଭିଡ୍-୧୯ ମହାମାରୀ ବିରୁଦ୍ଧରେ ଓଡ଼ିଶା ତା’ର ସଂଗ୍ରାମକୁ ଆହୁରି ସଶକ୍ତ କରିଛି ।
ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଭେଷଜ ବିଜ୍ଞାନ ପ୍ରତିଷ୍ଠାନ ଓ ସମ୍ ହସ୍ପିଟାଲ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହା ଦ୍ୱାରା ଜାମୁଝାଡ଼ିଠାରେ ୫୦୦ ଶଯ୍ୟାବିଶିଷ୍ଟ ଏବଂ ଖୁଦୁପୁରଠାରେ ୩୦୦ ଶଯ୍ୟାବିଶିଷ୍ଟ ନୂଆ କୋଭିଡ୍ କେୟାର ସେଣ୍ଟର ସ୍ଥାପନ ହେବ ।
ଏହି ଦୁଇ ସ୍ଥାନରେ ଲକ୍ଷଣ ବିହୀନ, ପଜିଟିଭ୍ ଏବଂ ସାମାନ୍ୟ ଲକ୍ଷଣଯୁକ୍ତ କୋଭିଡ୍ ରୋଗୀଙ୍କର ଚିକିତ୍ସା କରାଯିବ ।