ନବରଙ୍ଗପୁର: ନବରଙ୍ଗପୁର ପଲିଟେକନିକ୍ ଟିଏମସିରୁ ଜଣେ କରୋନା ଆକ୍ରାନ୍ତ ବିଏସ୍ଏଫ୍ ଯବାନ ଫେରାର ହୋଇଯାଇଛନ୍ତି। ଫେରାର ଯବାନଙ୍କ ଘର ଆନ୍ଧ୍ର ପ୍ରଦେଶ ଗୁଣ୍ଟୁରରେ ବୋଲି ସୂଚନା ମିଳିଛି।
ଗତ ୨୪ ତାରିଖରେ ଯବାନଜଣକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ତାଙ୍କ ଚିକିତ୍ସା ଆରମ୍ଭ ହୋଇଥିଲା। ୩୦ ତାରିଖରେ ସୁସ୍ଥ ହେବା ପରେ ମଧ୍ୟ ଯବାନଙ୍କୁ ଛଡ଼ା ନ ଯାଇ ଟିଏମ୍ସିରେ ରଖାଯାଇଥିଲା। ଏହାପରେ ସେ ଘରକୁ ଯିବାକୁ ଛୁଟି ମାଗିବାରୁ ଛୁଟି ମିଳି ନ ଥିଲା। ଏହାପରେ ଯବାନଜଣଙ୍କ ୧୦ ତାରିଖରେ ସେଣ୍ଟରରୁ ଫେରାର ହୋଇ ଯାଇଥିବା ସୂଚନା ମିଳିଛି।