୩ କରୋନା ରାଉଲକେଲାର

ରାଉଲକେଲା: ଆଜି ସକାଳେ ଚିହ୍ନଟ ହୋଇଥିବା ୩ କରୋନା ରାଉଲକେଲାର ବୋଲି ଜଣାପଡିଛି । ଏମାନଙ୍କ ଭିତରେ ଜଣେ ୨୩ ବର୍ଷିୟ ଓ ଅନ୍ୟଜଣେ ୬୦ ବର୍ଷିୟ ପୁରୁଷ ହୋଇଥିବା ବେଳେ ଆର ଜଣକ ଜଣେ ୫୭ ବର୍ଷୀୟା ମହିଳା।  ଏଥିମଧ୍ୟରୁ ୨ ଜଣ ପୂର୍ବରୁ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ନିକଟ ସଂପର୍କୀୟ ହୋଇଥିବା ବେଳେ ଅନ୍ୟ ଜଣକ ମଧ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଯାଉଛି ।

ତିନ ପଜିଟିଭଙ୍କ ମଧ୍ୟରୁ ଦୁଇଜଣ ବିଶ୍ରା ଗୁଡ଼ଗୁଡ଼ଜୋର ଓ ଅନ୍ୟ ଜଣେ ରାଉରକେଲା ନାଲା ରୋଡର ବୋଲି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ସୂଚନା ଦେଇଛନ୍ତି l  ୩ ସଂକ୍ରମିତଙ୍କ କଂଟାକ୍ଟ ଟ୍ରେସିଂ ଜାରି ରହିବା ସହ ପରବର୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ  ଟୁଇଟ୍ କରି ସୂଚନା ଦିଆଯାଇଛି।

ପୂର୍ବରୁ ବିଶ୍ରା ଏସିଆନ କଲୋନୀରୁ ୨ଟି ଓ ଗୁଡ଼ୁଗୁଡ଼ୁ ଜୋର ଗୋଟିଏ କରୋନା ପଜିଟିଭ ଚିହ୍ନଟ ହୋଇଥିଲା । ଏହି ତିନିଜଣ ସୁସ୍ଥ ହୋଇ ଫେରିଥିଲେ l ଏବେ ଆଉ ତିନି ପଜିଟିଭ୍ ଚିହ୍ନଟ ହେବା ପରେ ସହରବାସୀ ଆତଙ୍କିତ ହୋଇପଡ଼ିଛନ୍ତି ।