ଜୁଲାଇ ୩୧ ପର୍ଯ୍ୟନ୍ତ ଭୁବନେଶ୍ୱରର ୪ କାର୍ଯ୍ୟାଳୟକୁ ସାଧାରଣ ପ୍ରବେଶ ମନା

ଭୁବନେଶ୍ୱର : ଲୋକାସେବା ଭବନ , ଖାରବେଳ ଭବନ , କୃଷି ଭବନ ଓ ରାଜୀବ ଭବନର ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି । ରାଜଧାନୀ ଭୁବନେଶ୍ୱରରେ ସ୍ଥାନୀୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଥିବା ବେଳେ ଏହା ସରକାରଙ୍କର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେଣୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏହି ସବୁ ଉପରୋକ୍ତ କାର୍ଯ୍ୟାଳୟଗୁଡ଼ିକରେ ସାଧାରଣ ପ୍ରବେଶ କୁ ବାରଣ କରାଯାଇଛି । ଲୋକମାନଙ୍କ ଭିଡ଼କୁ କମାଇବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି କୁହାଯାଇଛି । ଏବେ କୌଣସି ବ୍ୟକ୍ତି ଲୋକାସେବା ଭବନ , ଖାରବେଳ ଭବନ , କୃଷି ଭବନ ଓ ରାଜୀବ ଭବନ ଭିତରକୁ ପ୍ରବେଶ କରିବା ପାଇଁ ପ୍ରଥମେ ନିର୍ଦ୍ଦିଷ୍ଟ ବିଭାଗ ପକ୍ଷରୁ ଅନୁରୋଧ ପରେ ଗୃହ ବିଭାଗରୁ ଅନୁମତି ପ୍ରଦାନ କରାଯିବ । ଏନେଇ ଅତିରିକ୍ତ ସଚିବ ସରୋଜ କୁମାର ମିଶ୍ର କହିଛନ୍ତି ।

ଗତକାଲି ସୁଦ୍ଧା ୩୩୨ଟି କରୋନା ପଜିଟିଭ କେସ୍ ଚିହ୍ନଟ ହୋଇଥିବା ବେଳେ ୧୯୨ ଜଣ ସୁସ୍ଥ ହୋଇଛନ୍ତି । ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୩୫ଜଣ ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।