ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବା ରେ ଲାଗିଛି । ଏବେ ତ ରାଜଧାନୀକୁ ବି କରୋନା ଫେରିଛି । ପ୍ରତ୍ୟେକ ଦିନ ରାଜଧାନୀରୁ କିଛି ନା କିଛି କରୋନା ରୋଗୀ ଚିହ୍ନଟ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ବି ରାଜଧାନୀରୁ ୨ଟି ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗୋଟିଏ ହୋମକ୍ୱାରେଣ୍ଟାଇନ କେସ ହୋଇଥିବା ବେଳେ ଅନ୍ୟଟି ଲୋକାଲେ କେସ । ଜୟଦେବ ବିହାର ଅଂଚଳର ଜଣେ ୩୯ ବର୍ଷୀୟ ବ୍ୟକ୍ତି । ସେ ମୁମ୍ବାଇରୁ ଫେରିଥିଲେ । ଆଉ ଲୋକାଲ କେସରୁ ବାହାରି ଥିବା ବ୍ୟକ୍ତିଙ୍କ ଘର ଶରଣପାଲି ଓାର୍ଡ ନମ୍ବର ୨୬ । ଏବଂ ତାଙ୍କ ବୟସ ୩୦ ବର୍ଷ ।
Update on newly detected & cured #COVID19 cases in the last 24 hrs under the BMC area on 23rd Jun 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/8W1vmkailW— BMC (@bmcbbsr) June 23, 2020
ସେହିପରି କଟକରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ଘର ଝାଞ୍ଜିରବଙ୍ଗଳା । ତାଙ୍କ ବୟସ ୨୩ ବର୍ଷ ହୋଇଥିବା ବେଳେ ସେ ଗତ କିଛି ଦିନ ପୂର୍ବରୁ ଚେନ୍ନାଇରୁ ଫେରିଥିଲେ । ଅନ୍ୟପଟେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଘର ମହାନଦୀ ବିହାରରେ ବୋଲି ଜଣାପଡିଛି । ତାଙ୍କ ବୟସ ୮୦ ବର୍ଷ ।