ଓଡ୍ରାଫ, ଏନଡିଆର୍‌ଏଫ୍‌ର ଓ ଅଗ୍ନିଶମ ବିଭାଗର ଆଉ ୫୪ ଯବାନ କରୋନା ପଜିଟିଭ୍‌

ଭୁବନେଶ୍ୱର: ଓଡ୍ରାଫ ଓ ଏନଡିଆର୍‌ଏଫ୍‌ର ଆଉ ୫୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ୧୩୬ ଆକ୍ରାନ୍ତଙ୍କ ମଧ୍ୟରେ ଅଗ୍ନିଶମ ବିଭାଗ, ଓଡ୍ରାଫ ଓ ଏନଡିଆର୍‌ଏଫ୍‌  ଯବାନ ମଧ୍ୟ ରହିଛନ୍ତି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

ପୂର୍ବରୁ ମଧ୍ୟ ରାଜ୍ୟରେ ୫୦ ଏନ୍‌ଡିଆର୍‌ଏଫ୍‌ ଯବାନ ଓ ୧୨ ଜଣ ଅଗ୍ନିଶମ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିଲେ। ଏଥର ପୁଣି ୫୪ ଏନ୍‌ଡିଆର୍‌ଏଫ୍‌ ଯବାନଙ୍କୁ କରୋନା ହୋଇଥିବା ଜଣା ପଡ଼ିଛି।

ଓଡ଼ିଶାରୁ ୧୬୭ ଜଣ ଯବାନ ଅମ୍ପନ ବାତ୍ୟା ବେଳେ ପଶ୍ଚିମବଙ୍ଗ ଯାଇଥିଲେ। ପଶ୍ଚିମବଙ୍ଗରୁ ଫେରିବା ପରେ ସମସ୍ତେ କ୍ୱାରେଣ୍ଟାଇନରେ ରହିଥିଲେ।

ଏହାସହ ରାଜ୍ୟରେ ଆଜି ମୋଟ ପଜିଟିଭ୍ ସଂଖ୍ୟା ୩,୩୮୬କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨,୨୮୨ ଜଣ ସୁସ୍ଥ ହୋଇଥିବାବେଳେ ବାକି ୧,୦୯୨ ଜଣ ଏବେ ବି ସକ୍ରିୟ ଅଛନ୍ତି। ସେହିପରି କରୋନା ଯୋଗୁଁ ୯ ଜଣଙ୍କ ମୃତ୍ୟୁ ହୋଇଛି।