ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତମାନେ ଜଗତସିଂହପୁର ଜିଲ୍ଲାର ବୋଲି ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ନାଉଗାଁ ବ୍ଲକର ଏକ କ୍ୱାରେଂଟାଇନ୍ କେନ୍ଦ୍ରରୁ ୧୯ ଜଣ ରହିଥିବା ବେଳେ ଆଉ ଜଣେ କୁଜଙ୍ଗ ବ୍ଲକ ପଣ୍ଡୁଆ କ୍ୱାରେଂଟାଇନ୍ କେନ୍ଦ୍ରରୁ ବୋଲି ସୂଚନା ମିଳିଛି । ଏମାନେ ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜିଲ୍ଲାପାଳ କହିଛନ୍ତି । ତେବେ ଏମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଦରକାର ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି । ଆଜି ମଧ୍ୟାହ୍ନରେ ୫ ଜଣ କରୋନା ପଜେଟିଭ ସୁସ୍ଥ ହେବା ପରେ ଜଗତସିଂହପୁର କରୋନା ମୁକ୍ତ ଘୋଷଣା ହୋଇଥିଲା । ଏହାକୁ ମିଶାଇ ରାଜ୍ୟରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୮୯୬ରେ ପହଂଚିଛି ।