ପ୍ରଥମ କରି ଜେଲ ଅନ୍ତେବାସୀ ହେଲେ କରୋନାର ଶିକାର

ଭୁବନେଶ୍ୱର: ରାଜ୍ୟରେ ନୂଆ ୪୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଫଳରେ ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୮୭୬ କୁ ବୃଦ୍ଧି ପାଇଛି । ପ୍ରଥମ ଥର ପାଇଁ କରୋନା କନ୍ଧମାଳ ଜିଲ୍ଲାକୁ ବ୍ୟାପିଛି । ଏହାକୁ ମିଶାଇ ରାଜ୍ୟରେ ୨୩ ଜିଲ୍ଲାକୁ ବ୍ୟାପିଛି କରୋନା ଭୂତାଣୁ । ପ୍ରଥମ ଥର ପାଇଁ କରୋନା ଜେଲକୁ ବ୍ୟାପିଛି । ଜେଲର ଜଣେ ଅନ୍ତେବାସୀଙ୍କ ଠାରେ ମିଳିଛି କୋଭିଡ ୧୯ ଭୂତାଣୁ । ବାକି ୪୭ ଜଣ ଆକ୍ରାନ୍ତ ସଂଗରୋଧ କେନ୍ଦ୍ରରୁ ବୋଲି ଜଣାପଡିଛି । ଏହି ୪୮ଜଣ ନୂଆ ପଜିଟିଭଙ୍କ ମଧ୍ୟରୁ କେବଳ ଯାଜପୁର ଜିଲ୍ଲାରୁ ରହିଛନ୍ତି ୧୬ ଜଣ ।

ଗଞ୍ଜାମରୁ ୧୫, ପୁରୀରୁ ୪, କେନ୍ଦ୍ରାପଡ଼ା ଓ ନୟାଗଡ଼ ଜିଲ୍ଲାରୁ ୩ଜଣ ଲେଖାଁଏ ଏବଂ ବଲଙ୍ଗୀର ଓ କନ୍ଧମାଳରୁ ୨ ଜଣ ଲେଖାଁଏ, ବୌଦ୍ଧ, କଟକ, ଖୋର୍ଦ୍ଧାରୁ ଜଣେ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୮୭୬ ହୋଇଛି ।