ପୁଣି ସୁସ୍ଥ ହେଲେ ୨୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ପୁଣି ସୁସ୍ଥ ହେଲେ ୨୪ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତ ସୁସ୍ଥ ହେଲେ ୨୨୦ । ତେବେ ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ଜଣ ଗଞ୍ଜାମରୁ, ୩ଜଣ ଯାଜପୁର ଓ ୨ଜଣ ବାଲେଶ୍ୱରରୁ । ତେବେ ଏମାନେ ସୁସ୍ଥ ହେବା ସହ ସମସ୍ତଙ୍କୁ ଡିସଚାର୍ଜ ମଧ୍ୟ କରାଯାଇଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ ଜରିଆରେ ଏହି ସୂଚନା ଦେଇଛି ।