ଆଉ ୪ କରୋନା ପଜିଟିଭ୍ ଭଦ୍ରକରୁ ଚିହ୍ନଟ; ରାଜ୍ୟରେ ହେଲା ୯୪

ଭୁବନେଶ୍ୱର: ଆଉ ୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଏମାନେ ଭଦ୍ରକ ଜିଲ୍ଲାର ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରୁ ୨ଜଣ ତିହିଡି ବ୍ଲକରୁ ଏବଂ ଆଉ ୨ଜଣ ଧାମନଗର ବ୍ଲକରୁ ବୋଲି ଜଣାପଡିଛି । ଅନ୍ୟପଟେ ଏମାନେ ସମସ୍ତେ ପଶ୍ଚିମବଙ୍ଗରୁ ଫେରିଥିବାର ଜଣାପଡିଛି । ଏମାନଙ୍କର କଂଟ୍ରାକ୍ଟ ବର୍ତମାନ ଟ୍ରେସ୍ କରାଯାଉଛି । ତେବେ ଏହି ନୂଆ ୪ କେସ୍ କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪ରେ ହୋଇଛି ।