ଆଉ ୬ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରୁ ଆଉ ୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ୪ଜଣ ଯାଜପୁରର ହୋଇଥିବାବେଳେ ୨ଜଣ ଭଦ୍ରକରୁ ବୋଲି ଜଣାପଡିଛି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୯ରେ ପହଂଚିଛି ।