ଯାଜପୁରରୁ ଆଉ ଜଣେ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ବ୍ୟକ୍ତି ଯାଜପୁର ଜିଲ୍ଲାର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ସେ ହେଉଛନ୍ତି ଯାଜପୁର ଜିଲ୍ଲା ବେହେରାପାଟ୍ଟଣା ର ଜଣେ ୩୦ ବର୍ଷୀୟ ଯୁବକ । ସେ ମଧ୍ୟ ପଶ୍ଚିମବଙ୍ଗରୁ ଫେରିଛନ୍ତି ବୋଲି ସରକାରୀ ଭାବେ ସୂଚନା ପ୍ରଦାନ କରାଯାଇଛି ।