ରାଜ୍ୟରେ ଆଉ ଦୁଇ କରୋନା ପଜିଟିଭ୍ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୧୪୫କୁ ବୃଦ୍ଧି

ଭୁବନେଶ୍ୱର : ରାଜ୍ୟରେ ଆଉ ୨କରୋନା ପଜିଟିଭ୍ ଚିହ୍ନଟ । ରାଜ୍ୟରେ କରୋନା କ୍ରମେ କ୍ରମେ ଗୋଟିଏ ପରେ ଗୋଟିଏ ନୂଆ ନୂଆ ଜିଲ୍ଲାକୁ ମାଡ଼ିବାରେ ଲାଗିଛି । ଏବେ ବଲାଙ୍ଗୀର ଜିଲ୍ଲାକୁ ଡ଼େଇଁଛି ଏହି ରୋଗ । ଜିଲ୍ଲାରେ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨ଜଣ ଯୁବକ ବୋଲି ସୂଚନା ଦିଆଯାଇଛି । ଜଣଙ୍କ ବୟସ ୨୨ଥିଲାବେଳେ ଅନ୍ୟ ଜଣଙ୍କ ବୟସ ୧୮  ଜଣାପଡ଼ିଛି । ଉଭୟ ତାମିଲନାଡୁ ଫେରନ୍ତା ବୋଲି ସୂଚନା ଦିଆଯାଇଛି । ତାଙ୍କଠାରେ କରୋନାର କୌଣସି ଲକ୍ଷଣ ନ ଥିଲେ ବି ପଜିଟିଭ ଚିହ୍ନଟ ହୋଇଛନ୍ତି ସେ। ତାଙ୍କର କଂଟାକ୍ଟ ଟ୍ରେସିଂ ଜାରି ରହିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟର୍ ଯୋଗେ ସୂଚନା ଦିଆଯାଇଛି ।