ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ କୋଲକାତା ଫେରନ୍ତା

ଭୁବନେଶ୍ୱର: ରାଜ୍ୟରେ ଆଜି ଚିିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଜଣେ ପୁରୁଷ ଏବଂ ତାଙ୍କର ବୟସ ୫୮ । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ପଜିଟିଭ ବାଲେଶ୍ୱର ଜିଲ୍ଲାର ବୋଲି ବି ସୂଚନା ମିଳିଛି। ଏହା ଫଳରେ ବାଲେଶ୍ୱର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି।  ଉକ୍ତ କରୋନା ଆକ୍ରାନ୍ତ କୋଲକାତା ଫେରନ୍ତା ବୋଲି ବି କୁହାଯାଇଛି।

ତାଙ୍କଠାରେ କରୋନାର କୌଣସି ଲକ୍ଷଣ ନ ଥିଲେ ବି ପଜିଟିଭ ଚିହ୍ନଟ ହୋଇଛନ୍ତି ସେ। ତାଙ୍କର କଂଟାକ୍ଟ ଟ୍ରେସିଂ ଜାରି ରହିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟର୍ ଯୋଗେ ସୂଚନା ଦିଆଯାଇଛି ।

ରାଜ୍ୟରେ ଗୋଟିଏ ମାସ ଭିତରେ କରୋନା ଚିତ୍ର ବଦଳି ଯାଇଛି। ମାର୍ଚ ମାସ ୩୦ତାରିଖ ବେଳକୁ ରାଜ୍ୟରେ ମାତ୍ର ୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ହେଲେ ଏପ୍ରିଲ ମାସ ଶେଷ ବେଳକୁ ଏହି ସଂଖ୍ୟା ୧୪୩ରେ ପହଂଚି ଯାଇଛି। ଗୋଟିଏ ମାସରେ ୧୪୦ଜଣ ଚିହ୍ନଟ ହୋଇଛନ୍ତି।