ଆଉ ୧୪ କରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୪୨କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୧୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୨କୁ ବୃଦ୍ଧି ପାଇଛି । ଏହି ୧୪ ଜଣ ଯାକ ସଂକ୍ରମିତ ବ୍ୟକ୍ତି ହେଉଛନ୍ତି ଯାଜପୁର ଜିଲ୍ଲାର । ଯାଜପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୬ରେ ପହଂଚିଛି । ପୂର୍ବରୁ ଏହା ୨୨ରେ ଥିଲା । ଆଜି ସକାଳେ ଯାଜପୁରରେ ୩ ଜଣ ଚିହ୍ନଟ ହୋଇଥିଲେ । ଏବେ ୧୪ ଜଣକୁ ମିଶାଇ ୧୭ ଜଣ ଗୋଟିଏ ଦିନରେ ଯାଜପୁରରେ ଆକ୍ରାନ୍ତ ହେଲେଣି । ଏ ନେଇ  ସୂଚନା ଏବଂ  ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି । ଯାଜପୁର ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବାରୁ ଏହା ଏବେ ଚିନ୍ତାର ବିଷୟ ହୋଇଛି ।