ତିନି ନୂଆ ପଜିଟିଭଙ୍କ ତଥ୍ୟ

ଭୁବନେଶ୍ୱର: ଆଜି ଚିହ୍ନଟ ହୋଇଥିବା ତିନି ନୂଆ ପଜିଟିଭଙ୍କ ବାବଦରେ ତଥ୍ୟ ଆସିଛି । ଏହି ତିନିଜଣ ପଜିଟିଭ ମଧ୍ୟ କୋଲକାତା ଫେରନ୍ତା ବୋଲି ଜଣାପଡିଛି । ତିନି ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଓ ଜଣେ ଯୁବତୀ ଥିବାର ଜଣାପଡିଛି। ତିନି ଜଣ ପଜିଟିଭ ଝାରସୁଗୁଡା , ଦେବଗଡ ଓ କେନ୍ଦୁଝରର ବୋଲି ଜଣାପଡିଛି । କେନ୍ଦୁଝରରୁ ପାଞ୍ଚପଲ୍ଲୀରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ବୟସ ୬୦ ବର୍ଷ ହୋଇଥିବାବେଳେ ସେ ଜଣେ ପୁରୁଷ ବୋଲି ଜଣାପଡିଛି ।

ସେହିପରି ଦେବଗଡ଼ର ଵାସୁଦେବପୁରରୁ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ପୁରୁଷ ହୋଇଥିବାବେଳେ ତାଙ୍କ ବୟସ ୩୪ ବର୍ଷ ହୋଇଥିବାବେଳେ ଝାରସୁଗୁଡା ବ୍ରଜରାଜନଗରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ଜଣେ ୧୮ ବର୍ଷୀୟ ଯୁବତୀ ବୋଲି ଜଣାପଡିଛି । ତେବେ ଏହି ତିନିଜଣ କ୍ଵାରାଣ୍ଟିନରେ ଥିବାବେଳେ କାହା ପାଖରେ ଲକ୍ଷଣ ନଥିଲା। ଏମାନେ ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।